ମୁରିବାହାଲରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମ୍‌ର ସହ ପାଳିତ ହୋଇଯାଇଛି । ନିଜ ନିଜ କାର୍ଯ୍ୟାଲୟରେ ଦିବସକୁ ପାଳନ କରିବା ପରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଥିଲା । ମୁରିବାହାଲ ବ୍ଲକର ଭାରପ୍ରାପ୍ତ ବିଡ଼ିଓ ଦାୟିତ୍ୱରେ ଥିବା ତଥା ବ୍ଲକ ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ତହସିଲଦାର ଆୟୁବ ମଣ୍ଡଳ, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ଏବିଇଓ ଯୋଗେଶ୍ୱର ଧରୁଆ, ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଯୁକ୍ତଦୁଇ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପିତାମ୍ବର ବେଶ୍ରା, ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ର, ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ପତ୍ରାପାଲି(କ) ସମିତି ସଭ୍ୟ ସନ୍ନ୍ୟାସୀ ପୁଟେଲ, ଜିପିଇଓ ଏନ୍‌ଜେ ଥିଓଫିଲ, ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହେରା, ଦୁର୍ଗାନନ୍ଦ ମହାକୁର, ସୁବ୍ରତ ମହାକୁର, ମନୋଜ କର, ତରଣୀସେନ ମେହେର, କେଦାର ବଡ଼ଜେନା, ସୁଦାମ ବଘାର, ପ୍ରଫୁଲ୍ଲ ବଘାର, ଖଗେଶ୍ୱର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସମଗ୍ର ବ୍ଲକ ଅଞ୍ଚଳରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଚାରକଙ୍କ ଦ୍ଵାରା ପ୍ୟାରେଡରେ ଶ୍ରେଷ୍ଠ ବିବେଚିତ ବିଦ୍ୟାଳୟ ଗୁଡ଼ିକୁ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ଆଶା ରୂପେ ଟଟୋପରାର କ୍ଷୀରମତି ସାହୁ, ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ଚିଙ୍ଗେରମୁଣ୍ଡାର କୁନ୍ତଳା ମାଝୀ, ଶ୍ରେଷ୍ଠ ମହିଳା ସ୍ୱାସ୍ଥ୍ୟକର୍ମୀ ରୂପେ ଚଣାବାହାଲର ସବିତା ତାଣ୍ଡି ଓ ଦୁବାଇ ଯାଇଥିବା ବ୍ଲକ ମହିଳା ମହାସଂଘ ସଭାନେତ୍ରୀ ସାବିତ୍ରୀ ମହାନନ୍ଦଙ୍କୁ ସ୍ୱତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଓଏଲ୍ଏମ୍‌ ବିପିଏମ୍ ଡ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଡ଼ବ୍ଲୁଇଓ ଭୀମରାମ ମାଝୀ, ବିଆର୍‌ସି ଶ୍ରୀକାନ୍ତ ଜେନା, ରାଜ ସିଂ ବାବୁ, ସୌମ୍ୟରଞ୍ଜନ ଦେହୁରୀ, ରୂପେଶ ଷାଣ୍ଢ, ସମାଜସେବୀ ଅଗସ୍ତି ବଘାର, ମକୁନ୍ଦ ବଗର୍ତ୍ତିଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ, ପୋଲିସ, ସ୍ଵାସ୍ଥ୍ୟ ବିଭାଗ ଓ ଓଏଲ୍‌ଏମ୍‌ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ଧନ୍ୟବାଦ ଦେଇଥିଲେ । ଏହା ପୂର୍ବରୁ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜରେ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା । ସେହିପରି ବ୍ଲକ ଅଞ୍ଚଳର ସମସ୍ତ ୨୨ଟି ପଞ୍ଚାୟତରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପିଇଓ, ଜିଆର୍‌ଏସ୍‌, ଯୋଗାଣ ସହାୟକ, ଜିଓ ଟେଗ, ୱାର୍ଡ ସଭ୍ୟସଭ୍ୟା, ଏମ୍‌ବିକେ, ସିଆର୍‌ପି ପ୍ରମୁଖ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସକୁ ଅତି ଜାକ୍‌ଜମକର ସହ ପାଳନ କରିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.