oom

ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଧର୍ମଘଟ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ପୂର୍ବ ଘୋଷଣା ଅନୁଯାୟୀ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଧର୍ମଘଟ ଆରମ୍ଭ ହୋଇଛି । ବଲାଙ୍ଗିର ଜିଲ୍ଲା କମିଟିର ସଂଯୋଜକ ରୋହିତ କୁମାର ଶତପଥୀ, ଯୁଗ୍ମ ସଂଯୋଜକ ରୂପେଶ କୁମାର ଦଲାଇଙ୍କ ସହ ଏସ୍‌ବିଆଇ ଅଫିସର୍‌ସ୍‌ ଏସୋସିଏସନ୍‌ର ସଭାପତି ପ୍ରଫୁଲ୍ଲ କୁମାର ଭଇଁସା, ସୌରଭ କୁମାର ମେହେର, ସରୋଜ କୁମାର ନାୟକ, ସୂଚୀସ୍ମିତା ନାଏକ, ତାପସ କୁମାର ବହିଦାର, ବଂଶୀଧର ନାୟକ, ଚାପଧାରୀ ମିଶ୍ର, ଶିବାନନ୍ଦ ଦାଶ, ସୁଶାନ୍ତ ସ୍ୱାଇଁ, ଜ୍ୟୋତିର୍ମୟ ପଟେଲ, ଆଶୁତୋଷ ମିଶ୍ର, ହୀରାଲାଲ ସାହୁ, ବିଜୟ ମହାନ୍ତି, ପି.କେ.ସ୍ୱାଇଁ, ନିବୃତ ବହିଦାର ପ୍ରମୁଖଙ୍କ ସମେତ ଶତାଧିକ ୟୁନିଅନ୍‌ର ସଦସ୍ୟମାନେ ଧର୍ମଘଟରେ ସାମିଲ୍‌ ହୋଇ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣକୁ ବିରୋଧ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ, ସାରା ଦେଶରେ ଡିସେମ୍ବର ୧୬ ଓ ୧୭ ତାରିଖ ଦିନ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ । ସାରା ଦେଶର ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନେ ଏହି ଧର୍ମଘଟରେ ସାମିଲ୍‌ ହୋଇଛନ୍ତି । ଏହି ଧର୍ମଘଟ ଯୋଗୁଁ ସମସ୍ତ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଆସନ୍ତା କାଲି ମଧ୍ୟ ଏହି ଅଚଳାବସ୍ଥା ଜାରି ରହିବ ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.