shyamal

ଏଣିକି ଝିଅମାନେ ୨୧ ବର୍ଷରେ ବାହା ହେବେ, ୧୮ ରେ ନୁହେଁ

ନୂଆଦିଲ୍ଲୀ : ଝିଅମାନଙ୍କର ବିବାହ ବୟସକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି । ରହିଥିବା ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ପ୍ରସ୍ତାବ ଉପସ୍ଥାପନ କରିବେ । ୧୫ ଅଗଷ୍ଟ ୨୦୨୦ରେ ଲାଲକିଲ୍‌ଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝିଅମାନଙ୍କର ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବା ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଝିଅମାନଙ୍କୁ ପୁଷ୍ଟିହୀନତାରୁ ରକ୍ଷା କରିବା ପାଇଁ ସେମାନେ ଠିକ୍ ସମୟରେ ବିବାହ କରିବା ଆବଶ୍ୟକ ।

ନିୟମ ଅନୁଯାୟୀ, ଦେଶରେ ପୁରୁଷଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ଏବଂ ମହିଳାମାନଙ୍କ ପାଇଁ ୧୮ ବର୍ଷ ରହିଥିଲା । କିନ୍ତୁ ସରକାର ବର୍ତ୍ତମାନ ମହିଳାଙ୍କୁ ସଶକ୍ତିକରଣ ପାଇଁ ବିବାହ ବୟସ ବଢ଼ାଇବାକୁ ଚିନ୍ତା କରୁଛନ୍ତି । ବାଲ୍ୟ ବିବାହ ନିଷେଧ ଆଇନ, ସ୍ୱତନ୍ତ୍ର ବିବାହ ଆଇନ ଏବଂ ହିନ୍ଦୁ ବିବାହ ଆଇନରେ ସରକାର ସଂଶୋଧନ କରିବେ ।

purusottam
Leave A Reply

Your email address will not be published.