ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ମିଶନ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସ୍କୁଲ ଛାତ୍ରଛାତ୍ରୀମାନେ ହାତରେ ପ୍ଲା କାର୍ଡ ଧରି ବିଦ୍ୟାଳୟ ମୁଖ୍ୟ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ସୂଚନା ଅନୁସାରେ, ୧୯୨୮ ମସିହାଠାରୁ ବେସରକାରୀ ଭାବରେ ମିଶନ ସଂସ୍ଥା ଦ୍ୱାରା ମିଶନ ପ୍ରାଥମିକ ଓ ଉପ୍ରା ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏଠାରେ ସରକାରଙ୍କ ବିନା ସାହାଯ୍ୟରେ ଏବଂ ମିଶନ ସଂସ୍ଥାର ସହଯୋଗରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଏ ପାଠ ପଢୁଥିଲେ । ପରବର୍ତ୍ତୀ ସମୟରେ ଗଣଶିକ୍ଷା ବିଭାଗ ଦ୍ଵାରା ସେହି ବିଦ୍ୟାଳୟର ଷଷ୍ଠ ସପ୍ତମକୁ ଅପଗ୍ରେଟେଡ୍ କରି ସରକାରୀ ବିଦ୍ୟାଳୟର ମାନ୍ୟତା ଦିଆଯାଇଥିଲା । ସ୍ଥାନୀୟ ମୁକ୍ତାପୁର, ସାଗୁନଡୁଙ୍ଗରି ଗ୍ରାମର ଛାତ୍ର ଛାତ୍ରୀଙ୍କୁ ନେଇ ପ୍ରଥମରୁ ଅଷ୍ଟମ ଯାଏଁ ସରକାରୀ ବିଦ୍ୟାଳୟ ଆରମ୍ଭ କରିଥିଲେ ସରକାର । ସେହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ, ସ୍କୁଲ ପୋଷାକ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ପାଉଥିବା ବେଳେ ମିଶନ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରୁ ବଞ୍ଚିତ ହୋଇ ଆସୁଛନ୍ତି । ବେସରକାରୀ କ୍ୟାମ୍ପସରେ ସରକାରୀ ବିଦ୍ୟାଳୟ ଏହାସହ ଶ୍ରେଣୀ ଗୃହ ବେସରକାରୀ ପ୍ରାଥମିକ ମିଶନ ବିଦ୍ୟାଳୟର ହୋଇ ମଧ୍ୟ ସରକାରୀ ସୁବିଧା ପାଉନଥିବାରୁ ଏହାକୁ ବିରୋଧ କରି ଛାତ୍ରଛାତ୍ରୀମାନେ ତଲା ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
Prev Post