ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ଏକାଧିକ ଯାତ୍ରୀ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟିକାୟାତପାଲି ଥାନା ଯାତ୍ରାଖମଣ ନିକଟରେ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଅନୁପମା ନାମକ ଏକ ବସ୍‌ଟି ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା । ଏହି ସମୟରେ ଦ୍ରୁତରେ ଆସୁଥିବା ଏକ ଟ୍ରକ ସହିତ ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଜାତୀୟ ରାଜପଥ ୧୪୩ ନମ୍ବର ଯାତ୍ରାଖମଣ ନିକଟରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ସଂପର୍କରେ ଖବର ପୋଲିସ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ବଣାଇ ଏବଂ ରାଉରକେଲା ମେଡିକାଲକୁ ଚିକିତ୍ସା ଲାଗି ପଠାଇଛି ।

Leave A Reply

Your email address will not be published.

twenty + eight =

error: Content is protected !!