pakka

ଟ୍ରକ ଓ କାର ମଧ୍ୟରେ ଧକ୍କା : ୧ ମୃତ, ୩ ଆହତ

bbehera

ବଣାଇ, (ନାରାୟଣଚନ୍ଦ୍ର ବେହେରା) : ବୁଧବାର ଅପରାହ୍ନ ସମୟରେ ଦେବଗଡ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଗୁଣ୍ଡେଇମରା ନିକଟରେ ଟ୍ରକ ଓ କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଥିବା ଖବର ମିଳିଛି । ଆହତମାନେ ସମସ୍ତେ ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାହାଡାପଶି ଗ୍ରାମ ଓ ବଣାଇଗଡ ତଳିତା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ସମସ୍ତେ ସମ୍ବଲପୁରରୁ ଘରକୁ ଫେରିବା ସମୟରେ ଗୁଣ୍ଡେଇମରା ନିକଟରେ ପଛପଟରୁ ଏକ ଟ୍ରକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ କାରରେ ଥିବା ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ତଳିତା ଗ୍ରାମର ସିକୁ ସାହୁ । ସେହିପରି ଆହତମାନେ ହେଲେ ବାରକୋଟ ଥାନା ଅନ୍ତର୍ଗତ ବାହାଡାପୋଷୀ ଗ୍ରାମର ଡିଲେଶ୍ୱର ମହନ୍ତଙ୍କ ପୁଅ ସିପୁନ ମହନ୍ତ ଓ କୁନା ମହନ୍ତଙ୍କ ପୁଅ ଜଗନ ମହନ୍ତ । ଅନ୍ୟ ଜଣେ ଗୁରୁତରଙ୍କ ପରିଚୟ ମିଳିନାହିଁ । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଖବର ମିଳିଛି ।

jay balangir
Leave A Reply

Your email address will not be published.

twelve + 11 =

error: Content is protected !!