om academy

ବସ୍ ଧକ୍କାରେ ଯୁବତୀ ମୃତ, ୧ ଗୁରୁତର

jsm

ବାରିପଦା : ବସ୍‌ ଧକ୍କାରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବତୀ ଜଣକ ରଶ୍ମିତା ବେହେରା ବୋଲି ଜଣାପଡ଼ିଛି । କୃଷ୍ଣଚନ୍ଦ୍ର ଗୋଲାଇ ନିକଟ ବାରିପଦା ଅସ୍ତିଆ ରାସ୍ତାର ବଜାର ଇଣ୍ଡିଆ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ସୋମବାର ଦିନ ପାଖାପାଖି ୧୦ଟା ବେଳେ ଦୁଲାରୀ ନାମକ ଏକ ବସ୍ ସ୍କୁଟିରେ ଯାଉଥିବା ୨ ଯୁବତୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ରଶ୍ମିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯୁବତୀ ଗୁରୁତର ଅଛନ୍ତି । ଗୁରୁତର ଯୁବତୀ ଜଣକ ହେଉଛନ୍ତି କାନ୍ତିପ୍ରଭା ମହାପାତ୍ର । ଗୁରୁତର ଯୁବତୀଙ୍କୁ ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨ ଜଣ ଯୁବତୀ ଭାରତୀୟ ଡାକ ବିଭାଗରେ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିଛି । ଉଭୟ ଗୋଟିଏ ସ୍କୁଟିରେ ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ବସ୍ ଓ ସ୍କୁଟିକୁ ଜବତ କରିଛି ।

Leave A Reply

Your email address will not be published.