pakka

ଦେଓଗାଁ ପୁଲିସର ସଫଳତା : ୨ ବାଇକ, ୨ ମୋବାଇଲ ଫୋନ, ଟଙ୍କା ସହ ୩ ଲୁଟେରା ଗିରଫ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ଦେଓଗାଁ ଓ ତୁଷୁରା ଥାନା ଅଞ୍ଚଳରେ ଡକାୟତି କରୁଥିବା ୩ ଲୁଟେରାକୁ ଦେଓଗାଁ ପୁଲିସ ଗିରଫ କରିବା ସହ ଲୁଟେରାମାନଙ୍କ ନିକଟରୁ ୨ବାଇକ, ୨ ମୋବାଇଲ ଫୋନ ସହ ୧୯ଶହ ଟଙ୍କା ଜବତ କରି ଦେଓଗାଁ ଥାନା କେସ ନମ୍ବର ୧୯୩/୧୭।୧୨।୨୧ରେ ଦଫା ୩୯୪ ରୁଜୁ କରି ସୋମବାର ଦିନ କୋର୍ଟ ଚାଲାଣ କରାଯିବା ନେଇ ଦେଓଗାଁ ଥାନା ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି । ତେବେ ଦେଓଗାଁ ଥାନା ଆଇଆଇସି ବାମଦେବ ଶଙ୍ଖୁଆଳ ଶନିବାର ଦିନ କରିଥିବା ପ୍ରେସମିଟରୁ ଜଣାପଡ଼ିଛି ଯେ, ଦେଓଗାଁ ଥାନା ଫଟାମୁଣ୍ଡା ଗାଁର ସୁରୁ ନନ୍ଦଙ୍କ ଦୁଇ ପୁଅ ରୋହିତ ନନ୍ଦ, ଯୋହିତ ନନ୍ଦ ଓ ଦେଓଗାଁ ଥାନା ଲୁହୁରେନପାଲି ଗାଁର ଭାଷ୍କର ନନ୍ଦଙ୍କ ପୁଅ ଅଗ୍ନୀ ନନ୍ଦ କିଛି ଦିନ ହେଲା ଦେଓଗାଁ ଓ ତୁଷୁରା ଥାନା ଅଞ୍ଚଳରେ ବିଭିନ୍ନ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଠାରୁ ଡକାୟତି କରୁଥିଲେ । ତୁଷୁରା ଥାନା ୫୨/୨୧ରେ ମହିପୁର ରାସ୍ତାରେ ଜ‌ଣଙ୍କ ଠାରୁ ଟିଭିଏସ ସ୍କୁଟି ସହ ଟଙ୍କା ଲୁଟି ନେଇଥିଲେ । ସେହିପରି, ତୁଷୁରା ଥାନା ଅଧିନରେ କେସ ନମ୍ବର ୮୨/୨୧ରେ ଦେଓଗାଁ ବ୍ଳକ ଅଏଁଲାପାଲି ଛକ ନିକଟରୁ ଡକାୟତି, ଦେଓଗାଁ ଥାନା କେଷ ନମ୍ବର ୭୭/୨୧ରେ ଚିକଲବାହାଲ–ବିଡିଘାଟ ରାସ୍ତାରେ ଟଙ୍କା ଲୁଟ ଓ କେ‌ସ ନମ୍ବର ୧୧୫/୨୧ରେ ଲୁହୁରେନପାଲି ଛକରେ ୨୭ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଏହି କେସର ଅନୁସନ୍ଧାନ କରି ଦେଓଗାଁ ପୁଲିସ ଉପରୋକ୍ତ ୩ଜଣଙ୍କୁ ଗିରଫ କରି ତାଙ୍କ ଠାରୁ ଦୁଇଟି ବାଇକ (ଓଆର୦୮ଏଫ୮୨୬୭) ସିଡି ଡିଳକ୍ସ ଓ (ଓଡି୦୩ଡି୭୨୮୫) ଟିଭିଏସ ସ୍ପୋର୍ଟସ ଗାଡ଼ି ସହ ୨ଟି ଫୋନ ଓ ୧୯ଶହ ଟଙ୍କା ଜବତ କରିଥିବା ଜଣାପଡ଼ିଛି । ଘଟଣାର ଦେଓଗାଁ ଥାନାର ଏସଆଇ ମନୋଜ ମୁଣ୍ଡା ତଦନ୍ତ ଦାୟିତ୍ୱ ନେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

2 × four =