ଦେଓଗାଁ ପୁଲିସ : ଦିନରେ ଟାଇଟ, ରାତିରେ ଢ଼ିଲା : ଥାନା ସମ୍ମୁଖ ଦୋକାନର ତାଲା ଭାଙ୍ଗି ଡକାୟତି, ପୁଲିସ ଉପରେ ଭରସା ନଥିବାରୁ ଅଭିଯୋଗ କଲେନି ଦୋକାନୀ

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶାରେ ଲାଗୁ ହୋଇଛି ଲକଡାଉନ । ଜରୁରୀ ସେବାକୁ ଛାଡି ବନ୍ଦ ରହିଛି ସମସ୍ତ ଦୋକାନ ବଜାର । ଗହଳି ହେଉଥିବା ସ୍ଥାନରେ ପୁଲିସ ଦେଉଛି ପହଁରା । କିନ୍ତୁ ଦେଓଗାଁ ଥାନା ସମ୍ମୁଖରେ ଥିବା ଏକ ଦୋକାନର ହେଉଛି ଚୋରି । କେବଳ ଏତିକି ନୁହେଁ ଚୋରି ହେବା ପରେ ପରେ ପୁଲିସ ପହଞ୍ଚିଥିଲା ଘଟଣାସ୍ଥଳରେ । ଏହାପରେ ଡକାୟତି ଦଳ ଚଂପଟ ମାରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣା ଘଟିଛି ଦେଓଗାଁ ଥାନା ନିକଟରେ ଅର୍ଥାତ୍ ଦେଓଗାଁ ବସଷ୍ଟାଣ୍ଡରେ । ରବିବାର ରାତି ପ୍ରାୟ ୧୨ଟା ୩୦ରେ ବସଷ୍ଟାଣ୍ଡ ଛକରେ ଥିବା ଏକ ଅଟୋ ମୋବାଇଲ ଦୋକାନରୁ ତାଲା କାଟି ଦୋକାନ ଭିତରେ ଥିବା ବହୁ ସାମଗ୍ରୀ ଡକାୟତି ଦଳ ଚୋରି କରି ନେଇଥିବା ଜଣାପଡିଛି । ହେଲେ ପୁଲିସ ଉପରେ ଭରଷା ନ ଥିବାରୁ ଥାନାରେ ଅଭିଯୋଗ କରିନାହାନ୍ତି ଦୋକାନ ମାଲିକ । କେବଳ ବଣିକ ସଂଘର କର୍ମକର୍ତ୍ତାମାନେ ଥାନାକୁ ଯାଇ ମୌଖିକ ଭାବରେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, କିଛି ଦିନର ନୀରବତା ପରେ ଦେଓଗାଁ ଥାନା ଅଞ୍ଚଳରେ ପୁଣି ଡକାୟତ ଦଳ ନିଜର ଦବଦବା ଜାହିର କରିଛି । ଲକଡାଉନ ବେଳେ ଦୋକାନଗୁଡିକ ବନ୍ଦ ଥିବାରୁ ଏହି ଡକାୟତ ଦଳକୁ ସୁଆଉଛି । କିଛି ମାସ ତଳେ ଏହି ବସଷ୍ଟାଣ୍ଡ ନିକଟରେ ଥିବା ଏକ ପାନ ଦୋକାନରୁ ମଧ୍ୟ ଟଙ୍କା ଓ ସମଗ୍ରୀ ଚୋରି ହେଇଥିଲା ହେଲେ ଆଜି ପର୍ଯ୍ୟନ୍ତ ଚୋରୀର ରହସ୍ୟ ଖୋଲି ପାରି ନି ଦେଓଗାଁ ପୁଲିସ । ବାରମ୍ବାର ଦେଓଗାଁ ଥାନାରୁ ଶହେ ମିଟର ଭିତରେ ଥିବା ଦୋକାନ ଗୁଡ଼ିକରୁ ଡକାୟତି ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏବେ ପୁଲିସ ପେଟ୍ରୋଲିଂ ଢ଼ିଲା ହେଉଥିବାରୁ ଅଞ୍ଚଳରେ ଦିନକୁ ଦିନ ଚୋରୀ ଡକାୟତି ବଢ଼ିବାରେ ଲାଗିଛି । କେବଳ ଦିନ ଓଳି ଦେଓଗାଁ ପୁଲିସ ବସଷ୍ଟାଣ୍ଡ ଉପରେ କିଛି ବାଇକ ଚାଲାକଙ୍କ ନିକଟରୁୁ ଫାଇନ ଆଦାୟ କରି କାମ ସାରି ଦେଉଛି । ଯାହାଫଳରେ ଦେଓଗାଁ ଥାନା ଅଞ୍ଚଳରେ ଏବେ ଦିନରେ ଟାଇଟ ରାତିରେ ଢ଼ିଲା ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

Leave A Reply

Your email address will not be published.

five × 2 =