csstore

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ୨୪ ଗୋଟି ହାଇସ୍କୁଲର ପ୍ରାୟନ ୧୫ ଶହରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷା ଦର୍ପଣ ପୁସ୍ତକ ବଣ୍ଟନ କରାଯାଇଛି । କପିଲାଭଟା ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ସହକାରୀ ଶିକ୍ଷକ ଶିବରାମ ସ୍ୱାଇଁ, କିରଣ କୁମାର ପ୍ରଧାନ, ବରୁଣ କୁମାର ବାରିକ, ନିଳମଣୀ ବିଶି, ଯୋଗିଚନ୍ଦ୍ର ବିଶି, ହରପ୍ରସାଦ ମାଝୀ, ହୃଦା ମହାନନ୍ଦ ପ୍ରମୁଖଙ୍କ ଗହଣରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦର୍ପଣ ବଣ୍ଟନ କରାଯାଇଛି । ପିଲାମାନେ ମଧ୍ୟ ପରୀକ୍ଷା ଦର୍ପଣ ପାଇଁ ବେଶ ଖୁସି ପ୍ରକାଶ କରିଛନ୍ତି । ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.