oom

ହତ୍ୟା ଉଦ୍ୟମକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସେସନ କେସ ନଂ.୫୯/୦୩ ମସିହା ୨୦୨୧ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ମୁତାବକ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବରପିଟା ଗ୍ରାମରେ ଗତ ତା.୦୧.୦୬.୨୦୨୧ ତାରିଖ ରାତ୍ର ଘ.୮ ସମୟରେ ବିଘ୍ନରାଜ କର୍ମୀ ତାଙ୍କ ଘର ସାମନା ଦାଣ୍ଡରେ ଖଟ ପକାଇ ଶୋଇଥିବା ସମୟରେ ସେହି ଗ୍ରାମର ଅଭିଯୁକ୍ତ ଅବ୍ୟୟ ବଗର୍ତ୍ତି ତାଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟ ରଖି ଗୋଟିଏ ଲୁହା ବାରିସି ସାହାଯ୍ୟରେ ବିଘ୍ନରାଜ କର୍ମୀଙ୍କ ମୁଣ୍ଡରେ ତିନି ଚୋଟ ମାରିଥିଲା । ଫଳରେ ମୁଣ୍ଡରେ ଭିଷଣ ଆଘାତପ୍ରାପ୍ତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଦୀର୍ଘ ଦିନ ଧରି ବଲାଙ୍ଗିର ଭୀମଭୋଇ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଜୀବନ ମରଣ ସହିତ ସଂଗ୍ରାମ କରି, ଅଳ୍ପକେ ବଂଚି ଯାଇଥିଲେ । ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସାକ୍ଷ୍ୟମାନଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଅବ୍ୟୟ ବଗର୍ତ୍ତିକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ ଜେଲ ଦଣ୍ଡ ପାଇଁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ପି.ପି. ଓଁକାର ନାୟକ ମକଦ୍ଦମା ପରିଚାଳନା କରୁଥିଲେ ।

jittmm
Leave A Reply

Your email address will not be published.