pr

ପ୍ରଧାନମନ୍ତ୍ରୀଙ୍କ ମାଆଙ୍କୁ କଂଗ୍ରେସର ଅପଶବ୍ଦ : ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷ୍ୟରୁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିହାରରେ କଂଗ୍ରେସର କାର୍ଯ୍ୟକ୍ରମ ବେଳେ କଂଗ୍ରେସର ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କ ନାମରେ ଅପଶବ୍ଦ କହି ଅସମ୍ମାନ କରିଥିଲେ । ଏହି ଘଟଣାକୁ ନେଇ ବିଜେପି ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ସେହିକ୍ରମରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ଅମରଜିତ ପଟେଲଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ବିକ୍ଷୋଭରେ ବିଜେପିର ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜିତା ପାଣିଗ୍ରାହୀ, କାଉନ୍ସିଲର ହରିଶଙ୍କର ଛତ୍ରିଆ, ପୀତାମ୍ବର ଖମାରି, ଶ୍ରୀକାନ୍ତ ଜାଲ, ଦିନେଶ ଶର୍ମା, ରାଜକିଶୋର ନାଏକ, ସୁରେନ୍ଦ୍ର ପଣ୍ଡା, ଅପ୍ରମିତ ପରିଛା, ଦେବବ୍ରତ ନିନା, ପାର୍ଥ କରନ, ଲଲିତ ଶର୍ମା, ଅଙ୍କିତ ସିଂହଦେଓ, ମିଟୁ ସିଂହଦେଓ, ସୁଶୀଲ ପଧାନ ଓ ଚୂଡାମଣି ବାରିକ ପ୍ରମୁଖଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ । ବିଜେପି ଅଭିଯୋଗ କରିଛି ଯେ, କଂଗ୍ରେସ ଦଳ ଓ ଗାନ୍ଧୀ ପରିବାର ବହୁ ବର୍ଷ ହେଲା କ୍ଷମତାରୁ ବାହାରେ ରହିଥିବାରୁ ରାହୁଲ ଗାନ୍ଧୀ ମାନସିକ ଭାରସାମ୍ୟ ହରାଇ ସାରିଛନ୍ତି । ମାକୁ ସମ୍ମାନ ଦେବା ବଦଳରେ ଅପମାନ ଦେଇଛନ୍ତି । ରାହୁଲ ଏଭଳି ହୀନ ମାନସିକତାକୁ ଦେଶବାସୀ କେବେ ମଧ୍ୟ ଗ୍ରହଣ କରିବେ ନାହିଁ ବୋଲି ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ କହିଛନ୍ତି ।

nrusinghnath
Leave A Reply

Your email address will not be published.