oom

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ

jsmm

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଅଂଚଳ ଭାବେ ବେଶ୍‌ ଜଣାଶୁଣା । ଏଠାକାର ଲୋକେ କାମଧନ୍ଦା ନପାଇ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବିଭିନ୍ନ ସମୟରେ ସେଠାରେ ଭାଟି ମାଲିକ ମାନଙ୍କ ଦ୍ୱାରା ନିର୍ଯ୍ୟାତିତ ମଧ୍ୟ ହୋଇଥାନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ସରେଇବାହାଲ ଗ୍ରାମର ହେମନ୍ତ ସୁନା ଏବଂ ତାଙ୍କ ସ୍ତ୍ରୀ ୫ ବର୍ଷର ପୁଅ ପେରୋଡ଼ିକ୍ସ ସୁନାକୁ ନେଇ ଲାଠୋର ଗାଁର ଦାଦନ ସର୍ଦ୍ଦାର ପଦ୍ମନାଭ ନାଏକଙ୍କ ଜରିଆରେ ତେଲେଙ୍ଗାନା ରାଜ୍ୟର ପାଇଦାପଲିକୁ ଇଟା ଭାଟିରେ କାମ କରିବାକୁ ଯାଇଥିବା ବେଳେ ଗତ କିଛି ଦିନ ତଳେ ସେଠାରେ କାମ କଲା ସମୟରେ ଏକ ଟ୍ରକ ଚାପାରେ ପୁଅ ପେରୋଡିକ୍ସର ମୃତ୍ୟୁ ହୋଇଯାଇଥିଲା । ଘଟଣାକୁ ଲୁଚାଇବାକୁ ଯାଇ ଭାଟି ମାଲିକ ପରିବାର ଲୋକଙ୍କୁ ମୃତ ପେରୋଡ଼ିକ୍ସର ଶବକୁ ମଧ୍ୟ ଦେଇନଥିଲା ଏବଂ ଜେସିବି ସାହାଯ୍ୟରେ ଗାତ ଖୋଳି ଶବକୁ ପୋତି ଦେଇଥିଲା । ଏ ବିଷୟରେ କାହାରିକୁ ପ୍ରକାଶ ନକରିବାକୁ ଧମକ ଚମକ ଦେଇ ଉକ୍ତ ପରିବାରର ଆଧାର କାର୍ଡ ନେଇ ଯାଇଥିଲେ । ପରେ ହେମନ୍ତ ସୁନା ଏବଂ ତାଙ୍କ ସ୍ତ୍ରୀ କୌଶଳକ୍ରମେ ସେଠାରୁ ଲୁଚି ନିଜ ଗ୍ରାମ ସରେଇବାହାଲକୁ ଚାଲି ଆସିଥିଲେ । ସେମାନେ ଭୟଭୀତ ଅବସ୍ଥାରେ ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ଏ ବିଷୟକୁ ପାଟଣାଗଡ଼ର ଜନୈକା ସମାଜ ସେବୀ ତଥା ଓକିଲ ଟ୍ୱିଟ ଜରିଆରେ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରଶାସନକୁ ଜଣାଇଛନ୍ତି ।

jittmm
Leave A Reply

Your email address will not be published.