pakka

କୃଷି ବୀମା ରାଶି ପ୍ରଦାନ ଓ ଖପ୍ରାଖୋଲ ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ପାଇଁ ଖପ୍ରାଖୋଲ ପଞ୍ଚାୟତ ଚାଷୀଙ୍କ ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ଗୋରେଖ ନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତର କୃଷି ବୀମା ରାଶିକୁ ବୀମା କମ୍ପାନୀ ସ୍ଥଗିତ ରଖିଛି । ଏହାକୁ ପଞ୍ଚାୟତର ଚାଷୀ ବିରୋଧ କରି ସୋମବାର ଦିନ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ୫ ଦଫା ସମ୍ବଳିତ ଏକ ଦାବୀପତ୍ର ଦେଇଛନ୍ତି । ପ୍ରସ୍ତାବିତ ଦାବୀ ଗୁଡ଼ିକ ହେଲା, ଖପ୍ରାଖୋଲ ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା, ୨୦୨୧ ଖରିପ ଋତୁର ବୀମା ରାଶି ଶୀଘ୍ର ପ୍ରଦାନ, କୃଷି ଋଣ ଛାଡ, ସରକାରୀ ରିହାତି ମୂଲ୍ୟରେ ସାର ଓ ବିହନ ଯୋଗାଣ, ମରୁଡି ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବୀପତ୍ର ଦିଆଯାଇଥିଲା । ପ୍ରକାଶ ଯେ, ଖପ୍ରାଖୋଲ ପଞ୍ଚାୟତ ଗତ୨୦୨୦/୨୧ ମସିହାରେ ସଂପୂର୍ଣ୍ଣ ମରୁଡି ହୋଇଥିଲା । ମରୁଡି ଘୋଷଣା ପାଇଁ କ୍ରପ କଟିଙ୍ଗ ହୋଇଥିଲା । କ୍ରପ କଟିଙ୍ଗରେ ରାଜସ୍ୱ ବିଭାଗ କର୍ମଚାରୀ, ଷ୍ଟାଟିଷ୍ଟିକାଲ ବିଭାଗ କର୍ମଚାରୀ ଓ ବୀମା ବିଭାଗ କର୍ମଚାରୀମାନେ ଖପ୍ରାଖୋଲ ପଞ୍ଚାୟତର କ୍ରପ କଟିଙ୍ଗ କରିଥିଲେ । କ୍ରପ କଟିଙ୍ଗ ସମୟରେ ବୀମା କମ୍ପାନୀର କର୍ମଚାରୀ ମନମାନି କରିବାରୁ ଗୋଟିଏ ଗ୍ରାମର ଚାଷୀ ବିରୋଧ କରିଥିଲେ । ପଞ୍ଚାୟତର ଚାଷୀମାନଙ୍କୁ କ୍ରପ କଟିଙ୍ଗ କରୁଥିବା କର୍ମଚାରୀମାନେ ୮୦ ରୁ ୯୦ପ୍ରତିଶତ ମରୁଡି ହେବ ବୋଲି ସୂଚନା ଦେଇଥିଲେ । ହେଲେ ଏବେ ବୀମା ରାଶି ବୀମା କମ୍ପାନୀ ତରଫରୁ ପଡ଼ିବା ସମୟରେ ଖପ୍ରାଖୋଲ ପଞ୍ଚାୟତର ବୀମା ସ୍ଥଗିତ ହୋଇଥିବା ଚାଷୀମାନେ ଜାଣିବାକୁ ପାଇଥିଲେ । ଏହା ପରେ ବୀମା କମ୍ପାନୀର ମନମାନିକୁ ବିରୋଧ କରି ବୀମା ରାଶି ଟଙ୍କା ନ ମିଳିଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବା ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ । ଉକ୍ତ ଦାବୀପତ୍ର ପ୍ରଦାନ ସମୟରେ ଚାଷୀ ନେତା ଗୁଣମଣି ଭୋଇ, ତାପସ ରଞ୍ଜନ ବେହେରା, ନରେନ୍ଦ୍ର ଭୋଇ, ଉପେନ୍ଦ୍ର ଭୋଇ, ଧନୀରାମ ଭୋଇ, ସୁଦାନ ଭୋଇ, ବନମାଳୀ ପଧାନ, ସାଗର ବରିହା, ନାରାୟଣ ଦଣ୍ଡସେନା, ଜେନାମଣି ସାହୁ, ମୋହନ ସୁନା, ଦୋକାନୀ ଷାଣ୍ଢ ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

thirteen + eight =