csstore

ଶୀତଳ ଜଳ ଗୃହ ନିର୍ମାଣ କାମ ସରିଛି, ଲାଗିନି ଫ୍ରିଜର୍ : ବିଡ଼ିଓଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗୀର-ତୁଷୁରା ରାସ୍ତାରେ ରହିଛି ଦେଓଗାଁ ବ୍ଲକ୍ ଉପରଝର । ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ସହ ସ୍ଥାନୀୟ ପଞ୍ଚାୟତ କାର୍ୟ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ହିତାଧିକାରୀମାନଙ୍କୁ ଖରା ମାସରେ ଥଣ୍ଡା ପାନୀୟ ଜଳ ଯୋଗାଣ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବଲାଙ୍ଗୀର ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ଉପରଝର ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଥିବା ୧ଲକ୍ଷ ୪୦ହଜାର ୫୩ ଟଙ୍କାର ଶୀତଳ ଜଳ ଗୃହ ନିର୍ମାଣ କରାଯାଇଛି । ହେଲେ ଆଜି ଯାଏଁ ସେହି ଶୀତଳ ଜଳ ଗୃହରେ ପାଣିକୁ ଶୀତଳ କରିବାକୁ ଫ୍ରିଜର ମଧ୍ୟ ଲଗା ଯାଇନାହିଁ। ଫଳରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ହୋଇପାରୁ ନଥିବାରୁ ପଞ୍ଚାୟତକୁ ଆସୁଥିବା ହିତାଧିକାରୀମାନେ ଥଣ୍ଡା ପାଣି ପାଇଁ ହନ୍ତସନ୍ତ ହେଉଥିବା ନେଇ ଉପରଝର ଗ୍ରାମବାସୀମାନେ ମଙ୍ଗଳବାର ଦିନ ଦେଓଗାଁ ବିଡ଼ିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଶୀତଳ ଜଳ ଗୃହରେ ଶୀଘ୍ର ଫ୍ରିଜର ଲଗାଇ ଏହାକୁ କାର୍ୟ୍ୟକ୍ଷମ କରିବାକୁ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.