oom

ଆବାସ ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବାକୁ ଦାବୀ

jsmm
  • ସ୍ୱତନ୍ତ୍ର ଗ୍ରାମସଭା ସମ୍ପୂର୍ଣ୍ଣ ବର୍ଜନ କରିବାକୁ ଖପ୍ରାଖୋଲ ବ୍ଲକ ସରପଂଚ ସଂଘ ପକ୍ଷରୁ ନିଷ୍ପତି

ଖପ୍ରାଖୋଲ, (ଅଶୋକ ବାଗ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗ୍ୟହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଥିବା ବେଳେ ଏହା ବିଭିନ୍ନ ପଂଚାୟତର କାର୍ଯ୍ୟାଳୟରେ ତାଲିକା ସର୍ବସାଧାରଣରେ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ଏହି ତାଲିକାକୁ ନେଇ ଅସନ୍ତୋଷ ସବୁଠି ଦେଖିବାକୁ ମିଳୁଛି । ଆସନ୍ତା ୨୬ତାରିଖ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟ ନେଇ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ବର୍ଜନ କରିବା ପାଇଁ ଖପ୍ରାଖୋଲ ବ୍ଲକ ସରପଂଚ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ଏନେଇ ବ୍ଲକ ସରପଂଚ ସଂଘ ସଭାପତି ସିମାଞ୍ଚଳ ପୁରୋହିତଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତଙ୍କୁ ପ୍ରଦାନ କରାଯାଇଛି । ଅଯୋଗ୍ୟ ବ୍ୟକ୍ତିଙ୍କୁ ବାଦ ଦେଇ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ସରପଂଚ ସଂଘ ପକ୍ଷରୁ ବିରୋଧ କରାଯିବା ସହିତ କାହାକୁ ଆମେ ଘରଟିଏ ଦେଇପାରୁନଥିବା ବେଳେ ଆମେ କାହିଁକି କାହାର ଘର କାଟିବୁ ବୋଲି ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଅଛି । ଯିଏ ତାଲିକା ପ୍ରସ୍ତୁତ କରିଛି ସିଏ ଅଯୋଗ୍ୟବ୍ୟକ୍ତିଙ୍କୁ କାଟନ୍ତୁ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି । ସେହିପରି କେଉଁ ଆଧାରରେ ଏହି ଯୋଗ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ତାହାକୁ ନେଇ ସଂଘ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଥିବା ବେଳେ କେତେକ ଗ୍ରାମରେ ଜଣେ ହେଲେ ମଧ୍ୟ ହିତାଧିକାରୀ ନଥିବା ଏହା ସରକାରଙ୍କ ପାତର ଅନ୍ତର ନୀତି ବୋଲି ସଂଘ ପକ୍ଷରୁ ଉଲ୍ଲେଖ କରାଯାଇଛି । ଏହି ତାଲିକା ପ୍ରସ୍ତୁତିର ପୁନଃ ବିଚାର କରାଯାଇ ବାଦ ପଡିଥିବା ହିତାଧିକାରୀଙ୍କୁ ଏଥିରେ ସାମିଲ କରାଗଲେ ସାଧାରଣ ଗରୀବ ଶ୍ରେଣୀର ଜନସାଧାରଣ ଉପକୃତ ହେବା ସହିତ ପିଏମ୍‌ଏୱାଇ ଯୋଜନା ସଫଳ ହୋଇପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବଲାଙ୍ଗିର ଜିଲ୍ଲା ସରପଂଚ ସଂଘ ପକ୍ଷରୁ ଏହାକୁ ବର୍ଜନ କରିବା ପାଇଁ ନିଷ୍ପତି ନେଇଥିବା ପ୍ରକାଶ କରିଅଛି । ଖପ୍ରାଖୋଲ ବ୍ଲକ ସରପଂଚ ସଂଘ ସୁମତି ପଧାନ, ଚଙ୍ଗରିଆ ସରପଂଚ ସୁଶୀଲ ଗୁରୁ, ଦମେଇପାଲି ସରପଂଚ ତାରାକାନ୍ତି ତାଣ୍ଡି, ଧଣ୍ଡାମୁଣ୍ଡା ସରପଂଚ ବୈଦ୍ୟନାଥ ମିଶ୍ର, ପଡିଆବାଲାର ସରପଂଚ ଦେବରାଜ ପଧାନ, ଘୁନସର ସରପଂଚ ଅନୁସୟା ସାହୁ, ଖପ୍ରାଖୋଲ ସରପଂଚ ପ୍ରତିନିଧି ସତ୍ୟାନନ୍ଦ ସେନ୍ଦ୍ରିଆ, ବେନ୍ଦେର ସରପଂଚ ପ୍ରତିନିଧି ତେଜରାଜ ମାଝୀ, କରୁଆଁଝର ସରପଂଚ ପ୍ରତିନିଧି ସଞ୍ଜିବ ସାହୁ ପ୍ରମୁଖ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.