jayashree

ଭୂମିହୀନଙ୍କୁ ଜମି ପ୍ରଦାନ ଦାବିରେ ଗନ୍ଧର୍ଲା ରାଜସ୍ୱ ନିରୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଗନ୍ଧର୍ଲା ରାଜସ୍ୱ ନିରୀକ୍ଷକଙ୍କୁ ଓଡିଶା ଜନତା କଂଗ୍ରେସ ପକ୍ଷରୁ ଦାବିପତ୍ର ଦିଆଯାଇଛି । ଗ୍ରାମ ପରିକ୍ରମା କରିବା ସହ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡିଶା ଜନତା କଂଗ୍ରେସର ଜିଲ୍ଲା ସଂଯୋଜକ ରୂପେଶ ବେହେରାଙ୍କ ନେତୃତ୍ୱରେ ଗନ୍ଧର୍ଲା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ପହଁଚିଥିଲେ । ଭୂମିହୀନ ପରିବାରମାନଙ୍କୁ ସରକାରୀ ଯୋଜନା ଅନୁଯାୟୀ ୪ ଡିସିମିଲ ଜମି ପ୍ରଦାନ ଏବଂ ସରକାରୀ ଜମି ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି । ଚାରି ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ବହୁ ସ୍ଥାନୀୟ ବାସିନ୍ଦାମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.