jayashree

ଅବସର କାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଜାମଗାଁର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ଅବସରରେ ସ୍କୁଲ ପରିସରରେ ପୁରାତନ ଛାତ୍ର ସଂସଦ ଦ୍ୱାରା ଏକ ଭବ୍ୟ ଆୟୋଜନ କରାଯାଇଥିଲା । ଶ୍ରୀ ସାହୁ ତା.୨୭.୧୦.୧୯୮୬ ରିଖ ବିଦ୍ୟାଳୟରେ ଯୋଗ ଦେବା ଦିନ ଠୁ ଉକ୍ତ ବିଦ୍ୟାଳୟରେ ଅଦ୍ୟାବଧି ଚାରି ଦଶନ୍ଧି ଧରି ଶିକ୍ଷା ସେବା ଯୋଗାଇ ଆସୁଥିଲେ । ସେ ଜଣେ ସମୟାନୁବର୍ତ୍ତୀ କର୍ତ୍ତବ୍ୟ ନିଷ୍ଠ ଓ ଛାତ୍ର ବତ୍ସଳ ଶିକ୍ଷକ ହିସାବରେ ଛାତ୍ରଛାତ୍ରୀ ଓ ବୁଦ୍ଧିଜିବୀ ମହଲରେ ବେଶ ପରିଚିତ ଥିଲେ । ସେହି ବିଦ୍ୟାଳୟରୁ ପୂର୍ବରୁ ଅବସର ନେଇଥିବା ସୁନାମଧନ୍ୟ ଶିକ୍ଷକ ସ୍ୱର୍ଗତ ଶ୍ରୀୟାକାନ୍ତ ପାଣିଗ୍ରାହୀଙ୍କ ଧର୍ମପତ୍ନୀଙ୍କ ଏବଂ ଅବସରପ୍ରାପ୍ତ ଶିକ୍ଷକ ଗୌରହରି ବିନ୍ଧାଣୀ, ପ୍ରଦୀପ ମିଶ୍ର, ଅଶୋକ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ରାଜ କିଶୋର ପଣ୍ଡା, ସୀତାରାମ ପଧାନ, ଲୋହିତାକ୍ଷ ପଧାନ, ନାରଦ ପ୍ରଧାନ, ପ୍ରେମାନନ୍ଦ ପଧାନଙ୍କ ସମେତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଂଚି ମହାକୁର ଓ କିଶୋର କୁମାର ପଧାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିନା ଦିଆଯାଇଥିଲା । ପ୍ରକାଶ ଥାଉକି ଉକ୍ତ କାର୍ଯ୍ୟକ୍ରମରେ ୧୯୮୬ ମସିହାରୁ ଅତ୍ୟାବଧି ଅଧ୍ୟୟନ କରିଥିବା ୬୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ମୀନକେତନ ଡାଙ୍ଗ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ବାବୁଲୁ କମ୍ପ ମଂଚ ପରିଚାଳନା କରିଥିଲେ । ଗିରିଶ ଚନ୍ଦ୍ର ସେଠ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.