om academy

ଜିଲ୍ଲା କୃଷି ଅଧିକାରୀଙ୍କୁ କିଶାନ କଂଗ୍ରେସର ଦାବୀପତ୍ର

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ଖରିଫ ଋତୁରେ ସ୍ୱଳ୍ପ ବର୍ଷା ଯୋଗୁଁ କମ୍‌ ଜାଗାରେ ଚାଷ କାମ ଚାଲୁଥିଲେ ମଧ୍ୟ କୃଷକଙ୍କୁ ସାର ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ଅଧିକ ଅମଳ ପାଇଁ ସାର ପ୍ରୟୋଗ ନିହାତି ଜରୁରୀ ହୋଇଥିଲେ ମଧ୍ୟ ସାର ନ ପାଇବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଯେଉଁଠି ବି ମିଳୁଛି କଳାବଜାରୀମାନେ ଚଢା ଦରରେ ବିକ୍ରି କରୁଥିଲେ ମଧ୍ୟ ଅଧିକାରୀମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଜିଲ୍ଲା କୃଷି ଅଧିକାରୀଙ୍କ ତଥ୍ୟ ଅନୁସାରେ ବଲାଙ୍ଗିର ଜିଲ୍ଲା ପାଇଁ ଏ ବର୍ଷ କାଦୁଅ ବା କମ୍ପେ୍ଲସ ସାର ୧୬ ହଜାର ୮ ଶହ ମେଟ୍ରିକ ଟନ୍‌ ଦରକାର କିନ୍ତୁ ଏ ଯାଏଁ ୮ ହଜାର ୨ ଶହ ମେଟ୍ରିକ ଟନ ସାର ଆସିଛି ଏବଂ ୟୁରିଆ ସାର ୨୨ ହଜାର ମେଟ୍ରିକ ଟନ୍‌ ଦରକାର ଥିବା ବେଳେ ଏ ଯାଏଁ ୧୦ ହଜାର ୫୦୦ ମେଟ୍ରିକ ଟନ୍‌ ଆସିଛି । ଯଦି କିଛି ଦିନ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ନ ମିଳେ କୃଷକମାନେ ସାଙ୍ଘାତିକ ଅସୁବିଧାର ସମ୍ମୁଖୀନ ହେବା ସହ ଚାଷ କାର୍ଯ୍ୟରେ ବ୍ୟାପକ କ୍ଷତି ହେବ ବୋଲି ପ୍ରଦେଶ କିଶାନ କଂଗ୍ରେସର ଆହ୍ୱାନରେ ଏବଂ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ଯୁବନେତା ସମରେନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବୀପତ୍ର ଦେଇ କହିଛନ୍ତି ଯେ, ତୁରନ୍ତ ଚାଷୀମାନଙ୍କୁ ସାର ଯୋଗାଇ ଦିଆନଗଲେ ତୀବ୍ରତର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ । ଉକ୍ତ କମିଟିରେ ସରୋଜ ରଥ, ବିଶ୍ୱଜିତ ନାଥ, ବିପିନ ବିହାରୀ ବେହେରା, ଭରତ ଭୋଇ, ଯୁଗେଶ୍ୱର ପଟେଲ, ରମାକାନ୍ତ ପଟେଲ, ଲକ୍ଷ୍ମୀନାରାୟଣ ନାଏକ ଏବଂ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଉପସଭାପତି ମନୀଷ ମିଶ୍ର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ଅସିତ ମିଶ୍ର, ଉମାକାନ୍ତ ସାହୁ, ଅଙ୍କିତ ସାହୁ, ନାରୀନେତ୍ରୀ ବବିତା ସାହୁ, ସାଇନା ବେଗମ, ଲଳିତ ପଟେଲ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.