ଜେଇ ନିଯୁକ୍ତି ଦାବୀ ତେଜିଲା

  • ୧୫ ଦିନ ମଧ୍ୟରେ ନିଯୁକ୍ତି ନ କଲେ ତାଳା ବନ୍ଦ ଆନ୍ଦୋଳନ ଚେତାବନୀ

ଦେଓଗାଁ, (ମନୀଷ କୁମାର ସାହୁ) : ୨ ମାସରୁ ଅଧିକ ହେଲା ଦେଓଗାଁ ବ୍ଲକର ୨୬ଟି ପଞ୍ଚାୟତରେ ମାତ୍ର ୩ ଜଣ କନି‌ଷ୍ଠ ଯନ୍ତ୍ରୀ ଅଛନ୍ତି । ଗୋଟିଏ ପଞ୍ଚାୟତରେ ଗୋଟିଏ କିମ୍ବା ୨ଟି ପଞ୍ଚାୟତରେ ଗୋଟିଏ ଜେଇ ରହିଲେ କାମର ଅଗ୍ରଗତି ହେବ । ଠିକ ସମୟରେ କାମ ଆରମ୍ଭ ହେବ, ଶେଷ ବି ହେବ ଏପରି କି ଠିକ ସମୟରେ ବିଲ୍‌ ହୋଇ ଶ୍ରମିକମାନେ ପ୍ରାପ୍ୟ ପାଇବେ । ଦେଓଗାଁ ବ୍ଲକରେ ଜଣେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦୁଇ ଜଣ ସହକାରୀ ଯନ୍ତ୍ରୀ ସହ ୬ ଜଣ କନିଷ୍ଠ ଯନ୍ତ୍ରୀ ପାଇଁ ସ୍ୱୀକୃତିପ୍ରାପ୍ତ ପଦବୀ ଥିବା ବେଳେ ମାତ୍ର ଜଣେ ସହକାରୀ ଯନ୍ତ୍ରୀ ଓ ଦୁଇ ଜଣ କନି‌ଷ୍ଠ ଯନ୍ତ୍ରୀ ଅଛନ୍ତି । ଏପରି ସ୍ଥିତିରେ କିପରି ବିକାଶ କାମ ହୋଇପାରିବ ତାହାକୁ ନେଇ ଚିନ୍ତାରେ । ସୋମବାର ଦେଓଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଗୋପାଳ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ଏବିଡିଓ ତଥା ଦେଓଗାଁ ବିଡିଓ ଦାୟିତ୍ୱରେ ଥିବା ଏବିଡିଓ ରାମଦତ୍ତ ଭୋଇଙ୍କୁ ଭେଟି ଲିଖିତ ଭାବେ ୧୫ ଦିନ ମଧ୍ୟରେ ନିଯୁକ୍ତି କରିବାକୁ ଅନୁରୋଧ କରିଛନ୍ତି । ନଚେତ ୧୫ ଦିନ ପରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫା‌ଟକରେ ତାଳା ଦେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ରବିବାର ଦିନ ଦେଓଗାଁ ବ୍ଲକ ସରପଞ୍ଚ ସଂଘର ୫ମ ମାସିକ ବୈଠକ ହାତୀସରା ପଞ୍ଚାୟତରେ ଅନୁ‌ଷ୍ଠିତ ହୋଇଥିଲା । ଏହି ସଭାରେ ସର୍ବସମ୍ମତୀ କ୍ରମେ ଜେଇ ନିଯୁକ୍ତିକୁ ନେଇ ଅସନ୍ତୋଷ ଦେଖାଯାଇଥିଲା । ନିଷ୍ପତ୍ତି କ୍ରମେ ସୋମବାର ଦିନ ବିଡିଓଙ୍କୁ ଦାବୀପତ୍ର ଦେଇ ପୂରଣ ନ ହେଲେ ବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ସଭାପତି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 × 2 =