jayashree

ବରଗଡ଼ ରୋଡ଼ ରେଳଷ୍ଟେସନରେ ଜିଆର୍‌ପି ଥାନା ଖୋଲିବା ପାଇଁ ଦାବି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ନବାଗତ ବରଗଡ଼ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥୀଙ୍କ ସହିତ ସାକ୍ଷାତ କରି ତାଙ୍କୁ ସ୍ୱାଗତ କରିବା ସହିତ ବରଗଡ଼ ରୋଡ଼ ରେଳଷ୍ଟେସନରେ ଜିଆର୍‌ପି ଥାନା ଖୋଲିବା ପାଇଁ ଏକ ଦାବିପତ୍ର ଦେଇଥିଲେ । ଏହି ଷ୍ଟେସନ ଏକ ଜିଲ୍ଲା ମୁଖ୍ୟାଳୟ ସହିତ ଏନ୍‌ଏସ୍‌ଜି-୪ ଷ୍ଟେସନ ହୋଇଥିବାରୁ ଏଠାରେ ଏକ ଜିଆର୍‌ପି ଥାନାର ଆବଶ୍ୟକତା ରହିଛି । ଏହି ଷ୍ଟେସନ ଦେଇ ରାତିରେ ଅନେକ ଟ୍ରେନ ଚାଲୁଥିବାରୁ ଯାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶତପଥୀ ସମସ୍ୟାକୁ ହୃଦୟଙ୍ଗମ କରି ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । ସେ ବରଗଡ଼ର ଯୁବପୀଢ଼ିଙ୍କୁ ନିଶା କବଳରୁ ମୁକ୍ତ କରିବା ତଥା ବରଗଡ଼ ଜିଲ୍ଲାକୁ ଅପରାଧ ମୁକ୍ତ କରିବା ଦିଗରେ କାର୍ଯ୍ୟକରିବେ ବୋଲି ସୂଚନା ଦେଇଥିଲେ । ଏହି ପ୍ରତିନିଧି ଦଳରେ ସଭାପତି ପ୍ରଦୀପ ଦେବତା, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ସମ୍ପାଦକ କମଳ ଯୋଶୀ, ବରିଷ୍ଠ ସଦସ୍ୟ ଅଚ୍ୟୁତାନନ୍ଦ ବାରିକ, ଅଭୟ କୁମାର ଭୋଇ, ତୁଳସୀ ଚରଣ ଦାଶ, ସତ୍ୟ ନାରାୟଣ ପଣ୍ଡା, ଉଦ୍ଧବ ଚରଣ ବେହେରା, ପ୍ରଫୁଲ୍ଲ କୁମାର ନନ୍ଦ, ହରେକୃଷ୍ଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.