om academy

ଆଡ଼କଟା ବନ୍ଧକୁ ମା’ ଧନଲକ୍ଷ୍ମୀ ଏସ୍‌ଏଚ୍‌ଜିକୁ ନିଲାମ ସୂତ୍ରରେ ଦେବାକୁ ଦାବୀ

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦୀବାହାଲ ପଞ୍ଚାୟତ ଅନ୍ତର୍ଗତ କଦଳିପାଲି ଗ୍ରାମର ଆଡ଼କଟା ବନ୍ଧକୁ ମାଛଚାଷ ପାଇଁ ନିଲାମ ସୂତ୍ରରେ ସ୍ଥାନୀୟ ମା’ ଧନଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦେବା ପାଇଁ ସଦସ୍ୟାମାନେ ବଲାଙ୍ଗିର ଜିଲ୍ଲାପାଳଙ୍କଠାରେ ଦାବୀ କରିଛନ୍ତି । ଗତ ମାସ ୨୬ ତାରିଖରେ ଏହି ବନ୍ଧକୁ ନିଲାମ କରିବା ପାଇଁ ଲୋଇସିଂହା ଜିପିଇଓ ଗାଁକୁ ଯାଇଥିଲେ । ତେବେ ଗ୍ରାମର କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନିଲାମ ପ୍ରକ୍ରିୟାକୁ ଭଣ୍ଡୁର କରି ଦେଇଥିଲେ । ଫଳରେ ସେହିଦିନଠାରୁ ଉକ୍ତ ବନ୍ଧଟି ସଂରକ୍ଷିତ ରହିଛି । ତେବେ ମାଛଚାଷ କରି ସ୍ୱାବଲମ୍ବୀ ହେବାକୁ ଆଶା ରଖିଥିବା ଗ୍ରାମର ଧନଲକ୍ଷ୍ମୀ ଏସ୍‌ଏଚ୍‌ଜିର ସଦସ୍ୟା ଗଣ ନିଲାମରେ ଆଡ଼କଟା ବନ୍ଧକୁ ନେବାକୁ ଇଚ୍ଛା ପ୍ରକାଶ କରି ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ବିଡ଼ିଓଙ୍କଠାରୁ ନିରାଶ ହୋଇ କୌଣସି ସୁଫଳ ନ ପାଇବାରୁ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇ ସମ୍ପୃକ୍ତ ମହିଳାମାନେ ଦାବୀପତ୍ର ଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.