csstore

ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ କୁସୁର୍ଲା ଦଳ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ବସ୍ତି ନିକଟସ୍ଥ ଏକ ପଡିଆରେ ନାରାୟଣ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ବାର୍ଷିକ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ରାତିରେ ବଲାଙ୍ଗିର, କଳାହାଣ୍ଡି, ସୋନପୁର, ଜିଲ୍ଲର ୮ଟି ଦଳ ଭାଗ ନେଇଥିଲେ । ଉଦ୍‌ଘାଟନୀ ଟୁର୍ଣ୍ଣାମେଣ୍ଟର ମଶାଲ ଯାତ୍ରା ଜଗନ୍ନାଥ ମନ୍ଦିରଠାରୁ ସ୍ଥାନୀୟ ସରପଞ୍ଚ ସ୍ଵର୍ଣ୍ଣଲତା ସାହୁ ଓ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇଙ୍କ ଦ୍ୱାରା ଅଣାଯାଇଥିଲା । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ କୁସୁର୍ଲା ବନାମ ବିନ୍ଧାଣୀ ସହିତ ଆରମ୍ଭ ହୋଇଥିଲା । ଏହି ମ୍ୟାଚ୍‌ରେ ପଶ୍ଚିମ ଓଡ଼ିଆ ବିକାଶ ପରିଷଦ ସଦସ୍ୟ ଅଭିନାଶ ଠାକୁର, ରିଷିଡା ସମିତି ସଭ୍ୟ ନିମାଇଁ ଚରଣ ବେହେରା, କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସମ୍ପାଦକ ନନ୍ଦି କିଶୋର ଭୋଇ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ଟୁର୍ଣ୍ଣାମେଣ୍ଟ ଆୟୋଜନ ସଭାପତି ବିଭୁତି ଭୋଇ, ସମ୍ପାଦକ ସୁଶାନ୍ତ ପଟେଲ, ରେଫରି ହୀରାମଣି ଭୋଇ, ଭାରତ ଷଡ଼ଙ୍ଗୀ, ମଧୁ ଦାସ, ବିଜୟ ପଟେଲ, ସ୍କୋର ଦାୟିତ୍ୱ ଲିପୁ ସାହୁ, ଧାରା ବିବରଣୀ ଆକାଶ ସାହୁ, ହେମନ୍ତ ପଟେଲଙ୍କ ସମେତ ମା’ ସନ୍ତୋଷୀ ଟେଣ୍ଟ ହାଉସ କର୍ଲାମୁଣ୍ଡା ଲାଇଟ, ସାଉଣ୍ଡ ବ୍ୟବସ୍ଥାରେ ସହଯୋଗ କରିଥିଲେ । ତେବେ ୧୬ଟି ଦଳକୁ ନେଇ ଆୟୋଜିତ ଏହି ମ୍ୟାଚ୍‌ରେ କୁସୁର୍ଲା ଦଳ ଫାଇନାଲରେ ପହଞ୍ଚିଥିବା ବେଳେ ଗୁରୁବାର ରାତିରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.