pakka

ଡୁଡୁକିଝରିଆ କ୍ରିକେଟ୍‌ କପ୍‌ : ପାଇକମାଲ କ୍ବାଟର ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆଠାରେ ଚାଲିଥିବା ୮ମ ମା’ ସମଲେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଖେଳାଯାଇଥିବା ଖେଳରେ ସାମ୍ବାଦିକ ସୌମ୍ୟରଞ୍ଜନ ମାଝୀ ଅତିଥି ଭାବେ ଯୋଗଦେଇ ଖେଳ ଉଦ୍‌ଘାଟନ କରିଥିଲେ । ପ୍ରଥମ ମ୍ୟାଚରେ ଡୁଡୁକିଝରିଆ ଓ ଭେରୁଆମୁଣ୍ଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଡୁଡୁକିଝରିଆ ବିଜୟୀ ହୋଇଥିଲା । ଦ୍ବିତୀୟ ମ୍ୟାଚରେ ପତ୍ରାଗୁଡା ଓ କାଂସଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କାଂସଡା ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚରେ ଜାମସେଠ ଓ କାଂସଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କାଂସଡା ବିଜୟୀ ହୋଇଥିଲା । ଶୁକ୍ରବାର ଖେଳା ଯାଇଥିବା ମ୍ୟାଚରେ ଆର୍ତ୍ତତ୍ରାଣ ସାହୁ ଅତିଥି ଭାବେ ଯୋଗ ଦେଇ ଖେଳ ଉଦ୍‌ଘାଟନ କରିଥିଲେ । ଡେଡଙ୍ଗା ଓ ଡିଆନମୁଣ୍ଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଡିଆନମୁଣ୍ଡା ବିଜୟୀ ହୋଇଥିଲା । ବୁଧାପାଲି ଓ ବିସୋରା ମଧ୍ୟରେ ବୁଧାପାଲି ବିଜୟୀ ହୋଇଥିଲା । ବୁଧାପାଲି ଓ ପାଇକମାଲ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପାଇକମାଲ ବିଜୟୀ ହୋଇଥିଲା । ଡିଆନମୁଣ୍ଡା ଓ ପାଇକମାଲ ମଧ୍ୟରେ ଅନୁଷ୍ଠିତ ପ୍ରି- କ୍ବାଟର ଫାଇନାଲ ମ୍ୟାଚରେ ପାଇକମାଲ ବିଜୟୀ କ୍ବାଟର ଫାଇନାଲରେ ପ୍ରବେଶ କରିଛି । ସୋମେଶ ମାଝୀ ଓ ଆଶୁତୋଷ ତ୍ରିପାଠୀ ଖେଳ ପରିଚାଳନା କରିଥିଲେ । ମଣ୍ଟୁ ଷଡ଼ଙ୍ଗୀ ସ୍କୋରର ଥିବା ବେଳେ ପ୍ରଦୀପ ନାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟି ସଭାପତି ଅପୁ ଦାଶ, ସମ୍ପାଦକ ଭୁପେନ୍ଦ୍ର ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଶୁକଦେବ ବରିହା, ଉପଦେଷ୍ଟା ତ୍ରିନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ପରିଚାଳନା ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × 1 =