ବଲାଙ୍ଗିର ଜିଲ୍ଲାରେ ବ୍ୟାପୁଛି କରୋନା : ଆଜି ପୁଣି ୨୭

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ବ୍ୟାପିବାରେ ଲାଗିଛି କରୋନା । କରୋନା ସଂକ୍ରମଣରେ ପୁଣି ଆଜି ଜିଲ୍ଲାରେ ୨୭ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ଆଜି ବଲାଙ୍ଗିର ପୌରାଂଚଳରୁ ୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ଗ୍ରାମାଂଚଳରୁ ୮ ଜଣ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୭ । ବଲାଙ୍ଗିର ସହରର ଲାଲଟିକ୍ରାରୁ ୧, ରିଜର୍ଭ ପୋଲିସ କଲୋନୀରୁ ୧, ରାଜେନ୍ଦ୍ରପଡ଼ାରୁ ୧, ଲକ୍ଷ୍ମୀନଗରପଡ଼ାରୁ ୧, ବରପାଲିପଡ଼ାରୁ ୨, ବିବିଏମସିଏଚରୁ ୧, ମେଘନାଥପଡ଼ାରୁ ୧, ବେହେରାପାଲିରୁ ୧, ଶାନ୍ତିପଡ଼ାରୁ ୨, କଲେଜ ଛକରୁ ୧, ହାତୀଶାଲପଡ଼ାରୁ ୧, ଚିମିନିଭାଟିରୁ ୨, ହାତୀଶାଲପଡ଼ାରୁ ୧ ଏବଂ ମାଲପଡ଼ାରୁ ୧ ଚିହ୍ନଟ ହୋଇଛନ୍ତି । ଗ୍ରାମାଂଚଳର ଗୁଡ଼ଭେଲା ବ୍ଲକ ସମାରୁ ୧, ଲୋଇସିଂହା ବ୍ଲକ ସିଆନିମୁଣ୍ଡାରୁ ୧, ଲୋଇସିଂହା ବ୍ଲକ ସିଙ୍ଗାଣିମୁଣ୍ଡାରୁ ୧, ବେଲପଡ଼ା ବ୍ଲକ ବାଲିଖମାରରୁ ୧, ଟିଟିଲାଗଡ଼ ବ୍ଲକ ଖୋଲାନ୍ ଜାମପଡ଼ାରୁ ୧, ପୁଇଁନ୍ତଲା ବ୍ଲକ ଆଠଗାଁରୁ ୧, ପାଟଣାଗଡ଼ ବ୍ଲକ ସାଲେପାଲିରୁ ୧ ଓ ଖପ୍ରାଖୋଲ ବ୍ଲକ୍ ପାଟିମାଲରୁ ୧ ବୋଲି ଜଣାପଡ଼ିଛି । ବଲାଙ୍ଗିରରୁ ଆଉ ଦୁଇ ଜଣ ବି ସଂକ୍ରମିତ ଚିହ୍ନଟ ହୋଇଛନ୍ତି (ଯେଉଁ ଦୁହେଁ ସୋମ ହସ୍ପିଟାଲ, ଭୁବନେଶ୍ୱରରେ ଆଡମିଟ ହୋଇଛନ୍ତି), ଯାହା ପ୍ରାପ୍ତ ସୂଚନା ପତ୍ରରେ ପ୍ରକାଶ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮୧ରେ ପହଂଚିଥିବା ବେଳେ ଏମାନଙ୍କ ମଧ୍ୟରୁ ସକ୍ରିୟ ରହିଛନ୍ତି ୩୩୬ ଜଣ ଏବଂ ୪୪୫ ଜଣ ସୁସ୍ଥ ହୋଇ ଫେରି ସାରିଛନ୍ତି ।

Leave A Reply

Your email address will not be published.