ଓଡିଶା ମୋ’ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମୋ’ ପରିବାର ତରଫରୁ ବିଜେଡି ଦ୍ୱାରା ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ନାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ସେହି କ୍ରମରେ ଆଜି ବଲାଙ୍ଗିର ସଦର ମହକୁମା ଠାରେ ବିଜେଡି ତରଫରୁ ସ୍ଥାନୀୟ ପ୍ୟାଲେସ ଲାଇନ ଠାରେ ଥିବା ମୀନା ଟେଣ୍ଟହାଉସ ଠାରେ ଏକ ମେଗା ରକ୍ତଦାନ ଶିବିର ଉଦ୍ଘାଟିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନୀ ସାହୁ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଅରୂପ ପଟ୍ଟନାୟକ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ଥିବା ବ୍ଲଡ଼ ବ୍ୟାଙ୍କମାନଙ୍କରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଏଭଳି ସମୟରେ ରାଜ୍ୟରେ ଯେଭଳି ରକ୍ତର ଅଭାବ ଦେଖାନଦେବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବିଜେଡି ତରଫରୁ ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅବସରରେ ରକ୍ତଦାତାମାନଙ୍କୁ ଚାରା ଗଛ ଦେବା ସହିତ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ ।


ସୂଚନା ଅନୁସାରେ, ତିନିଦିନ ଧରି ଏହି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀ କହିଛନ୍ତି । ତେବେ ଖବର ଲେଖା ଯିବା ପର୍ଯ୍ୟନ୍ତ ୭୦ ୟୁନିଟ ରକ୍ତଦାନ ହୋଇଥିବା ସୂଚନା ରହିଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜେଡି ଦଳର ବିଭିନ୍ନ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଅଶୋକ ମହାନ୍ତି, ପ୍ରବୀଣ ମିଶ୍ର, ପ୍ରଦ୍ୟୁତ ମିଶ୍ର, ସଞ୍ଜିବ ମିଶ୍ର, ଭଗବାନ ବଗର୍ତ୍ତି, କୈଲାସ ମହାନ୍ତି, ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗୀ, ଜିଲ୍ଲା ଆଇଟି ସେଲ ଅଧ୍ୟକ୍ଷ ବିଭୂତି ମିଶ୍ର, ଓମକାର ନାୟକ, ରାଜେନ୍ଦ୍ର ହୋତା, ପ୍ରଦୀପ ସାହୁ, ଗୁଞ୍ଜ ଖାନ, ପ୍ରଦୀପ ଗୁରୁ, ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ମୁନା ଖାନ, ନରସିଂହ ବାଗ, ଧ୍ରୁବ ଜୁଏଡ, ମହେନ୍ଦ୍ର ବାଗ, ସନ୍ତୋଷ ଦନ୍ତା, ପୂର୍ବତନ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା, ମମତାଞ୍ଜଳି ଜେନା, ଲିପିଶ୍ରୀ ସାଏ, ସବିତା ଦାଶ, ଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.