ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଗଲପୁର ବ୍ଲକ୍‌ ନଅଗାଁ(ବି) ଗ୍ରା.ପ.ରୁ ୧, ଆଗଲପୁର ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ଝରିଆଲ ଗ୍ରା.ପ.ରୁ ୫ ଓ ସିନ୍ଧେକେଲା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୧, କପାଣି ଗ୍ରା.ପ.ରୁ ୨, ମଧ୍ୟପୁର ଗ୍ରା.ପ.ରୁ ୧ ଓ ତେନ୍ତୁଲିମୁଣ୍ଡା ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ ଗୁଡ଼ଭେଲା ଗ୍ରା.ପ.ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୨ ଓ ୧୩ରୁ ଜଣେ ଲେଖାଏଁ, ଖପ୍ରାଖୋଲ ବ୍ଲକ୍‌ ମାଲପଡ଼ା, ଖପ୍ରାଖୋଲ ଗ୍ରା.ପ.ରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଲକ୍‌ ଡଙ୍ଗରପଡ଼ା ଗ୍ରା.ପ.ରୁ ୩, ସିରୋଲ ଓ ବାଙ୍କେଲ ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ. ୮, ୧୦ ଓ ୧୩ରୁ ଜଣେ ଲେଖାଏଁ, ପୁଇଁନ୍ତଲା ବ୍ଲକ୍‌ ଗଇଁନ୍ତଲା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ବିନେକେଲା ଗ୍ରା.ପ.ରୁ ୧, ମନିଗାଁ ଗ୍ରା.ପ.ରୁ ୧, ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଏବେ ମାତ୍ର ୩୮୦ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଥିବା କୁହାଯାଇଛି ।

Leave A Reply

Your email address will not be published.