pakka

ଗତ ୨୪ ଘଂଟାରେ ୫୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

l2

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୯୬୭ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪, ବାଲେଶ୍ୱରରୁ ୧୧, ବରଗଡରୁ ୧, ଭଦ୍ରକରୁ ୪, ବଲାଙ୍ଗିରରୁ ୧, କଟକରୁ ୮୪, ଦେବଗଡରୁ ୨, ଢେଙ୍କାନାଳରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୪, କଳାହାଣ୍ଡିରୁ ୫, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୯, ଖୋର୍ଦ୍ଧାରୁ ୨୯୦, କୋରାପୁଟରୁ ୧, ମୟୁରଭଂଜରୁ ୨୭, ନୟାଗଡରୁ ୪, ପୁରୀରୁ ୨୩, ସମ୍ବଲପୁରରୁ ୯, ସୋନପୁରରୁ ୧, ସୁନ୍ଦରଗଡରୁ ୮ ଓ ଷ୍ଟେଟ ପୁଲ୍‌ରୁ ୬୬ ଚିହ୍ନଟ ହୋଇଛନ୍ତି ।

pp
Leave A Reply

Your email address will not be published.

twelve + 11 =