ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ହେଲେ ଟିଟିଲାଗଡ଼ର ଅଭିଷେକ ପଟ୍ଟନାୟକ ଓ ସୁରଜ ବେହେରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭୁବନେଶ୍ଵରଠାରେ ଯୁବ କଂଗ୍ରେସ ଦଳର ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ ଓଡ଼ିଶା ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଟିଟିଲାଗଡ଼ର ଅଭିଷେକ ପଟ୍ଟନାୟକ ୫୨୫୮ ଭୋଟ ପାଇ ବିଜୟୀ ହୋଇଛନ୍ତି । ଓବିଶି ବର୍ଗର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସୁରଜ ବେହେରା ଏବଂ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ସଭାପତି ରୂପେ ୨୭୫୭ ଖଣ୍ଡ ଭୋଟ ଦେଇ ୨୦୭୯ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଭାପତି ଭାବେ ଜ୍ଞାନ ରଞ୍ଜନ ସରାଫ । ଏହି ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ଼ କଂଗ୍ରେସ ନେତା ମାନେ ତିନି ଜଣଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ କଂଗ୍ରେସ ଦଳକୁ ଆହୁରି ମଜବୁତ କରିବୁ ବୋଲି କହିଛନ୍ତି । କଂଗ୍ରେସ ନେତା ତୁଳସୀ ରାମ ସାହୁ, ଘିନୁ ଆଡଯୁଆଡ, କୃଷ୍ଣ ଚନ୍ଦ୍ର ସରାଫ, ଅଲେଖ ସାହୁ, ବିକାଶ ପାଣିଗ୍ରାହୀ, ବିରେନ୍ଦ୍ର ବାଗ, ଦେବାନନ୍ଦ ସାହୁ ପ୍ରମୁଖ ଫୁଲ ମାଳ ପିନ୍ଧାଇ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.