
- ଅଚଳ ସିସିଟିଭିକୁ ନେଇ ବଢିଲା ଅସନ୍ତୋଷ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତିଦିନ ଲୋକେ ଚିକିତ୍ସା ପାଇ ଆସୁଛନ୍ତି । ଶହ ଶହ ବାଇକ ମଧ୍ୟ ଲାଇନ ଲମ୍ଭୁଛି ହସ୍ପିଟାଲ ଆଗରେ । ଏହି ସବୁକୁ ନଜର ରଖିବା ପାଇ ସିସିଟିଭିର ବ୍ୟବସ୍ଥା ହୋଇଛି । ହସ୍ପିଟାଲର ଚାରି ପଟରେ କ୍ୟାମେରା ବି ଲାଗିଛି ହେଲେ ବାଇକ ଚୋରି ହେଲେ କି ହସ୍ପିଟାଲ ଭିତରେ ମାଡ଼ପିଟ ହେଲେ ସିସିଟିଭି ଅଚଳ ହୋଇଥିବାର ଦେଖାଦେଉଛି ଯାହାଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଆଜି ଦେଓଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣେ ଯୁବକ ଚିକିତ୍ସା ପାଇ ଆସି ବାଇକକୁ ବାହାରେ ରଖିଥିଲେ । ହେଲେ ଯୁବକ ଜଣକ ଚିକିତ୍ସା ହୋଇ ଆସିବା ପରେ ବାଇକଟି ନ ଥିବାରୁ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ସୁରାକ ନ ପାଇବାରୁ ହସ୍ପିଟାଲରେ ଲାଗିଥିବା ସିସଟିଭି ଯାଞ୍ଚ କରିବାକୁ କହିଥିଲେ । ହେଲେ ହସ୍ପିଟାଲର କର୍ମଚାରୀ କ୍ୟାମେରା ଅଚଳ ହୋଇଥିବା ପ୍ରକାଶ କରିଥିଲା । ଯାହାଫଳରେ ଯୁବକ ଜଣକ ଦେଓଗାଁ ଥାନାରେ ବାଇକ ଚୋରିକୁ ନେଇ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ପ୍ରତିଦିନ ତିନି ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିଲେ ବି ହସ୍ପିଟାଲ କର୍ତ୍ତୃପକ୍ଷ କାହିଁକି କ୍ୟାମେରାକୁ ସଜାଡୁ ନାହାନ୍ତି ତାହାକୁ ନେଇ ସନ୍ଦେହ ଦେଖାଦେଇଛି । ଏଣୁ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।