pakka

୩ ବର୍ଷ ପରେ ବି ଅଙ୍ଗନଦୀ ସେତୁ ଅସମ୍ପୂର୍ଣ୍ଣ, ଭୋଟ ବର୍ଜନ ଚେତାବନୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲ୍‌ପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ପଞ୍ଚାୟତ । ବଲାଙ୍ଗିର ଜିଲ୍ଲାର ସୀମାନ୍ତ ତଥା ଅବହେଳିତ ଅଞ୍ଚଳ । କୁଟାସିଂହା ଓ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ କପଶି ମଧ୍ୟରେ ଅଙ୍ଗନଦୀ ପ୍ରବାହିତ । ଏହି ନଦୀରେ ଉଚ୍ଚ ସ୍ତରୀୟ ସେତୁ ନିର୍ମାଣ ପାଇଁ ଗତ ୨୦୧୯ ମାର୍ଚ୍ଚ ୭ ତାରିଖରେ ତତ୍କାଳୀନ ସାଂସଦ କଳିକେଶ ସିଂଦେଓ ଓ ପୂର୍ବତନ ବିଧାୟକ ଯୋଗେନ୍ଦ୍ର ବେହେରା ଭିତ୍ତିପ୍ରସ୍ତର ଦେଇଥିଲେ । ୩୫ କୋଟି ୯୩ ଲକ୍ଷ୍ୟ ୯୭ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଆଶୀର୍ବାଦ କସ୍ତ୍ରକସନ ନାମକ ନିର୍ମାଣକାରୀ ସଂସ୍ଥାକୁ ଚୟନ କରାଯାଇଥିଲା । ୨୦୨୧ରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭର ୩ ବର୍ଷ ପରେ ବି ଅଙ୍ଗନଦୀର ସେତୁ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଏହି ସେତୁ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗିର ଜିଲ୍ଲାର ଆଗଲପୁର, ଲୋଇସିଂହା ବ୍ଲକ୍‌ର ସିଧାସଳଖ ସୋନପୁର ଜିଲ୍ଲାକୁ ଯାତାୟତ ହୋଇପାରିବ । ପ୍ରଶାସନ, ବିଭାଗୀୟ ଅଧିକାରୀ, ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଅବହେଳା ଯୋଗୁଁ କୁଟାସିଂହା ଅଙ୍ଗନଦୀର ସେତୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ପୂର୍ବତନ ସରପଞ୍ଚ ନକୁଳ ପାତ୍ର ସହ ଅଞ୍ଚଳର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ଉକ୍ତ ସେତୁ ପାଇ ଦରକାର୍ ପଡ଼ିଲେ ଗ୍ରାମ କମିଟିର ନିଷ୍ପତି କ୍ରମେ ଭୋଟ ବର୍ଜନ କରିବାକୁ ପଛାଇବୁ ନାହିଁ ବୋଲି ନକୁଳ ପାତ୍ର ଜଣାଇଛନ୍ତି ।

Leave A Reply

Your email address will not be published.

six + 13 =