jayashree

ଲୋଇସିଂହା ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଓ ଚଳିତ ଦୁର୍ଗାପୂଜା ପରିଚଳନା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ବରିଷ୍ଠ ସଦସ୍ୟ ବିଭୂତି ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଚଳିତ ଦୁର୍ଗାପୂଜା ଉତ୍ସବକୁ ଆଡମ୍ବର ଓ ଚିତ୍ତାକର୍ଷକ ଭାବେ ପାଳନ କରାଯିବ ସେ ନେଇ ଆଲୋଚନା କରାଯିବା ସହିତ ସର୍ବସମ୍ମତି କ୍ରମେ ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ପ୍ରଣବ କିଶୋର ସିଂରାଏଙ୍କୁ ମନୋନୀତ କରାଯାଇଥିଲା । ଏଥିସହିତ ସଭାପତି ଭାବେ ଆନନ୍ଦ ପୁଟେଲ, କାର୍ଯ୍ୟକାରୀ ସଭାପତି- ଭୂତନାଥ ନାଏକ, ଉପ ସଭାପତି ଭାବେ ଅଜିତ କର ଓ ଭୈରବ ମହାକୁର, ସମ୍ପାଦକ- ନବକିଶୋର ନାଏକ, ସହ ସମ୍ପାଦକ- ଅଭିଳାଷ ହୋତା ଓ ଭୋଲାନାଥ ନାଏକ, କୋଷାଧ୍ୟକ୍ଷ- ସୁଧାଂଶୁ ଶେଖର ପାଣ୍ଡିଆ ଓ ସାଂସ୍କୃତିକ ସମ୍ପାଦକ ଭାବେ ରମେଶ ପସାଏତଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବିଭୁତି ପଧାନ, ଚତୁର ଦଲେଇ, ସୁଶାନ୍ତ ପାତ୍ର, ରାଜା ସାହୁ, ପ୍ରୀତମ ସାହୁ, ରବୀନ୍ଦ୍ର ପୁଟେଲ, ରଞ୍ଜିତ ରାଏ, ପ୍ରଶାନ୍ତ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ । ଚଳିତ ଦୁର୍ଗାପୂଜା କିଭଳି ଶାନ୍ତିଶୃଙ୍ଖଳା ଓ ଆଡମ୍ବର ସହ ଆୟୋଜନ କରାଯିବ ସେ ଉପରେ କମିଟି ଧ୍ୟାନ ଦେବ ବୋଲି ନବ ନିର୍ବାଚିତ ସଭାପତି ଓ ସମ୍ପାଦକ ପ୍ରକାଶ କରିଥିଲେ । ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାବଣପୋଡି, ଭସାଣୀ ଶୋଭାଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ଗୁରୁତ୍ୱ ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.