jayashree

ସୁବର୍ଣ୍ଣପୁର ସିନିୟର୍ ଫୁଟବଲ ଲିଗ୍ : ରାମଧୂନ କ୍ଲବ ଚମ୍ପିୟାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ଚାଲିଥିବା ସିନିୟର ଫୁଟବଲ ଲିଗ୍- ୨୦୨୬ର ଫାଇନାଲ ମ୍ୟାଚ ସୋନପୁର ବ୍ଲକ୍ ଚମ୍ପିୟାନ ଏଫ୍‌ସି ଦଳ, ଗୋବିନ୍ଦପୁର ଓ ସୁବର୍ଣ୍ଣପୁର ମ୍ୟୁନିସିପାଲଟି ଚମ୍ପିୟାନ୍ ରାମଧୂନ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ରାମଧୂନ କ୍ଲବ ୩-୨ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଛି । ମ୍ୟାଚ୍‌ରେ ରେଫରୀ ଭାବରେ ସଞ୍ଜୀବ ସାହୁ, ସୁନୀଲ ମହାଲିଙ୍ଗ, ସୁଶାନ୍ତ ବାଗ, ଅନିତା ମହାନନ୍ଦ, ମ୍ୟାଚ କମିଶନର ଭାବରେ ଜିତେନ୍ଦ୍ର ଥନାପତି ଏବଂ ଭୁକଲୁ ବକ୍ସି ଖେଳ ପରିଚାଳନା କରିଥିଲେ । ଆଜିର ଫାଇନାଲ ମ୍ୟାଚ୍‌ରେ ମୁଖ୍ୟଅତିଥି ରୂପେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ସମ୍ମାନିତ ଅଥିତି ରୂପେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାଏକ, ଡିଏସପି ରେଣୁକା ସୁନା, ପୂର୍ବତନ ପୌରାଧ୍ୟକ୍ଷ କଇରୁ ସ୍ୱାଇଁ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣା, ନାରାୟଣପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦ ଧରୁଆ ଉପସ୍ଥିତ ରହି ମ୍ୟାଚକୁ ଉଦ୍‌ଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଓ ଶ୍ରେଷ୍ଠ ଉଦୀୟମାନ ଖେଳାଳୀ ଭାବେ ରାମଧୂନ କ୍ଲବର ଚନ୍ଦନ ବେହେରା, ମ୍ୟାନ ଅଫ ଦି ସିରିଜ ଭାବରେ ରାମଧୂନ କ୍ଲବର ପାରସ ମହାନନ୍ଦ, ବେଷ୍ଟ ଡିଫେନସ ଭାବରେ ରାମଧୂନ କ୍ଲବର କିରଣ ନାଏକ ଓ ବେଷ୍ଟ ଗୋଲ କିପର ଭାବରେ ଗୋବିନ୍ଦପୁର ଏଫସି ଦଳର ଗରିବ ବାଗଙ୍କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଚମ୍ପିୟାନ ଦଳ ଭାବରେ ରାମଧୂନ କ୍ଲବକୁ ୧୨ ହଜାର ଅର୍ଥ ରାଶି ସହିତ ଟ୍ରଫି ଏବଂ ରନର୍ସ ଅଫ ଗୋବିନ୍ଦପୁର ଏଫସି ଦଳକୁ ୧୦ ହଜାର ଅର୍ଥ ରାଶି ସହିତ ଟ୍ରଫି ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଚିତ୍ତରଞ୍ଜନ ତରାସିଆ, ଫୁଟବଲ ସମ୍ପାଦକ ରାଜୀବ ସାହୁ, ଭଲିବଲ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ସଂଘର କାର୍ଯ୍ୟକାରୀ ସଦସ୍ୟ ଦିଲ୍ଲୀପ ଗୁରୁ, ଜିତେନ୍ଦ୍ର ସାହୁ, ବଳରାମ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ସଦସ୍ୟ ଦିଗାମ୍ବର ଶତପଥୀ ମନୋରଞ୍ଜନ ତ୍ରିପାଠୀ, ସଂଜୟ ସାହୁ, ସୁବାସ ବିଶ୍ୱାଳ ସଭା ପରିଚାଳନା ଓ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ପୀୟୂଷ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିକାଶ ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ବିକାଶ ପାଢ଼ୀ, ରାଜ କୁମାର ନାଏକ୍, ଅନିଲ ସାହୁ, ରବି ନାରାୟଣ ଦେହୁରୀ, ବୁବୁନ୍ ନାଏକ୍, ଅମିତ ସାହୁ, ଚନ୍ଦନ ସାହୁ, ଦିଲୀପ ସାହୁ, ରିପୁନ ନାଏକ, ବାଳଗୋପାଳ ମିଶ୍ର, ପ୍ରମୁଖ କ୍ରୀଡ଼ା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.