ବେଲପଡ଼ା ଆରିହଂଶ ଷ୍ଟୋରର ଦୁଇଟି ସ୍ଥାନରେ ବଲାଙ୍ଗିର ଜିଏସ୍‌ଟିର ଚଢ଼ାଉ

ବେଲପଡା, (ଅଶୋକ କୁମାର ବାଗ) : ଗୁରୁବାର ବଲାଙ୍ଗିର ସିଟି ଓ ଜିଏସ୍‌ଟି ବିଭାଗର ଏକ ୯ ଜଣିଆ ଟିମ ବେଲପଡ଼ା ସ୍ଥିତ ରାଜେଶ୍ ଅଗ୍ରୱାଲଙ୍କ ଅନନ୍ତ ଏଣ୍ଟରପ୍ରାଇସ ଦୋକାନ ସହ ଗୋଦାମ ଘରରେ ଅତର୍କିତ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ରାଜେଶ ଅଗ୍ରୱାଲ ସରକାରଙ୍କୁ ଆୟକର ଫାଙ୍କୁଥିବା ସନ୍ଦେହ କରି ବେଲପଡ଼ାଠାରେ ଥିବା ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଓ ଗୋଦାମ ଘରକୁ ବଲାଙ୍ଗିର ଜିଏସ୍‌ଟି ବିଭାଗର ଡେପ୍ୟୁଟି କମିଶନର କିଶୋର କୁମାର ମେହେରଙ୍କ ନେତୃତ୍ୱରେ ୯ ଜଣିଆ ଟିମ ଅତର୍କିତ ଭାବେ ଚଢ଼ାଉ କରିଥିଲେ ଏବଂ ଜାଣିବାକୁ ପାଇଲେ ଯେ ଦୀର୍ଘ ଦିନ ଧରି ରାଜେଶ ସରକାରଙ୍କୁ ଆୟକର ପଇଠ ନକରି ଠକି ଆସୁଥିଲେ । କମିଶନର ଶ୍ରୀ ମେହେରଙ୍କ କହିବା ଅନୁଯାୟୀ ରାଜେଶ୍ ଅଗ୍ରୱାଲ ସରକାରଙ୍କୁ ଅତି ନଗଣ୍ୟ ଭାବେ ଜିଏସ୍‌ଟି ଦେଇ ଅଧିକ ଜିନିଷ ରଖିଥିବା ସୂଚନା ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଚଢାଉ ଜାରି ରହିଥିବା ଜିଏସଟି ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

2 × 5 =