csstore

ଚନ୍ଦନଭାଟି, ସଦାଇପାଲି ପଞ୍ଚାୟତ ବୁଲିଲେ ନରସିଂହ : ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ହେଲା ନିଷ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସଦାଇପାଲି ଓ ଚନ୍ଦନଭାଟି ପଞ୍ଚାୟତ ପରିଦର୍ଶନରେ ଯାଇଥିଲେ । ସଦାଇପାଲି ଗାଁ ଭିତରେ ବାକି ରହିଯାଇଥିବା ଡ୍ରେନ ଓ ରାସ୍ତା ପାଇଁ ଲୋକେ ବହୁ ଦିନରୁ ଦାବୀ କରୁଥିଲେ । ପୂର୍ବରୁ ପୁର୍ତ୍ତ ବିଭାଗ ଦ୍ୱାରା ସେଠାରେ ନିର୍ମିତ ହୋଇଥିବା ରାସ୍ତା ଓ ଡ୍ରେନ ବାହାରେ ଆହୁରି କିଛି ଅଞ୍ଚଳର ରାସ୍ତା ଓ ଡ୍ରେନ ବାକି ରହିଯାଇଥିଲା । ଆଜିର ଗସ୍ତରେ ଶ୍ରୀ ମିଶ୍ର ପୁର୍ତ୍ତ ବିଭାଗର ଏସ୍‌ଡିଓ ଇଞ୍ଜିନିୟର ବି.କେ. ଜେନା, ଜେଇ ଇଞ୍ଜିନିୟର ସିଂହ ତଥା ଉପସ୍ଥିତ ଗ୍ରାମବାସୀଙ୍କ ସହ ଆଲୋଚନା କରି ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । ଗାଁର ମହିଳାମାନଙ୍କ ଅନୁରୋଧ କ୍ରମେ ପଞ୍ଚାୟତ ଅଧିନରେ ଥିବା କିଛି ଗଳି ରାସ୍ତାର ମଧ୍ୟ ବ୍ୟୟ ଅଟକଳ ପ୍ରସ୍ତୁତ କରିବାକୁ ଉପସ୍ଥିତ ଥିବା ଯନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ପରେ ଗାଁର ଗରିବଙ୍କ ପାଇଁ ଇନ୍ଦିରା ଆବାସ, ବିକଳାଙ୍ଗ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା, ଗାଇ ଗୋରୁଙ୍କ ପାଇଁ ଗୁହାଳ ଇତ୍ୟାଦିର ଏକ ତାଲିକା ପ୍ରସ୍ତୁତ ପାଇଁ ଉପସ୍ଥିତ ଥିବା ସରପଞ୍ଚଙ୍କୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ତାଲିକା ତାଙ୍କ ପାଖକୁ ଯେତେ ଶୀଘ୍ର ପହଂଚିବ ସେତେ ଶୀଘ୍ର ହିତାଧିକାରୀମାନଙ୍କୁ ତାଙ୍କର ଯୋଗ୍ୟତା ମୁତାବକ ବିଭିନ୍ନ ଭତ୍ତା ମିଳିବା ପାଇଁ ସେ ପ୍ରଚେଷ୍ଟା କରିବେ ବୋଲି ଉପସ୍ଥିତ ଗ୍ରାମବାସୀଙ୍କୁ କହିଥିଲେ । ତା ସହ ସଦାଇପାଲି ପଞ୍ଚାୟତ ତରଫରୁ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବାବଦରେ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଚନ୍ଦନଭାଟି ପଞ୍ଚାୟତର ଚନ୍ଦନଭାଟି ଗାଁରେ ସେଠାକାର ବୁଦ୍ଧିଜୀବୀ, ଶିକ୍ଷକ ତଥା ଗାଁର ଯୁବକମାନଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଲୋକଙ୍କ ଦାବୀ ମୁତାବକ ସେଠାରେ ରୋଡ ରାସ୍ତାର ମରାମତି ତଥା ନୂଆ କିଛି ରାସ୍ତା ପାଇଁ ବ୍ୟୟ ଅଟକଳ ପ୍ରସ୍ତୁତ କରିବାକୁ ଉପସ୍ଥିତ ଥିବା ଯନ୍ତ୍ରୀ ଶ୍ରୀ ଜେନାଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଉଭୟ ପଞ୍ଚାୟତରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର, ସରପଞ୍ଚ ମିନା ଭୋଇ, ଫକିର ଥାଟି, କପିଳେଶ୍ୱର ପାଣିଗ୍ରାହୀ, ଗଉନ୍ତିଆ ବିରଂଚି ସାଏ, ରମେଶ ନାଏକ, ଡ. ପ୍ରଶାନ୍ତ ପ୍ରଧାନ, କୈବର୍ତ୍ତ ବାଗ, ସଂର୍କିର୍ତ୍ତନ ମେହେର, ଗୌହରି ପାଣିଗ୍ରାହୀ, ଅଜିତ ଦଲେଇ, ଦେବ ପ୍ରଧାନ, ରାଜେଶ ସେନାପତି, ନୁଆଖାଉ ବେହେରା, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.