
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ବୁଧବାର ୭୭ତମ ବନ ମହୋତ୍ସବ ଅବସରରେ ପଦ୍ମପୁର ଏଡିଏମ୍ ସରୋଜିନୀ ପ୍ରସନ୍ନ କୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ଦେବତାଙ୍କୁ ପୂଜା କରି ନଡ଼ିଆ ବାଡେଇ ଗଛ ରୋପଣ କରିଥିଲେ । ନୃସିଂହନାଥ ଆୟୁର୍ବେଦ କଲେଜ ପାଖରୁ ଗୁରୁଣ୍ଡା ରାସ୍ତା ପାର୍ଶ୍ୱରେ ପ୍ରାୟ ୫୦ ଗୋଟି ଗଛ ରୋପଣ କରାଯାଇଥିଲା । ଜାମ୍ବୁ, କରଞ୍ଜ, ଅଶୋକ, ବଉଳ ପ୍ରମୁଖ ଗଛ ଲଗାଯାଇଛି । ଗଛ ଲଗାଇ ଏହାର ଯତ୍ନ କରି, ଆମେ ନିଶ୍ଚିତ ବଞ୍ଚାଇବା ବୋଲି କହିବା ସହ ଚାରିପଟେ ଲୁହା ତାର ଜାଲି ଦେବା ପାଇଁ ମୁଖ୍ୟ ଅତିଥି ଏଡିଏମ୍ ଶ୍ରୀମତୀ କୁଲୁ କହିଥିଲେ । ବୃକ୍ଷରୋପଣ ସମୟରେ ୱାଟରସେଡ୍ ପିଡି ଏଲୋଇସ କେରକେଟା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ସାମ୍ବାଦିକ ସଂଘର ସଭାପତି ତଥା ପ୍ରକୃତି ବନ୍ଧୁ ବଡ ଶତପଥୀ, ପ୍ରକୃତିବନ୍ଧୁ ବିଭୁତି ମୁଣ୍ଡ, ଫରେଷ୍ଟର ରମେଶ ପ୍ରଧାନ, ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଏହାପରେ ଏଡିଏମ୍ ନୃସିଂହନାଥ ମନ୍ଦିର ଓ ଝରଣା ପରିଦର୍ଶନ କରି ନୂତନ ଭାବରେ ଶିବ ମନ୍ଦିର ପାଖରେ ନିର୍ମାଣ ହୋଇଥିବା ବ୍ରିଜ ସାଇଟରେ ବର୍ଷା ପାଣି ପ୍ରବଳ ଆସୁଥିବାରୁ ଓ ଘାଇ ହୋଇ ଯାଇଥିବାରୁ ଏଠାରେ ଗୋଟିଏ ସୁଇସ ଗେଟ ଓ ମୁଖ୍ୟ ମନ୍ଦିର ପାଖରେ ଝରଣା ଉପରେ ଥିବା ଶିବମନ୍ଦିରକୁ ଯିବା ପାଇ ଶୀଘ୍ର ଝରଣାରେ ଗୋଟିଏ ବ୍ରିଜ ନିର୍ମାଣ କରି ଶିବମନ୍ଦିରକୁ ଯିବା ପାଇଁ ପାହାଚ କରାଯିବ ବୋଲି କହିଥିଲେ । ଏତଦ ଦ୍ୱାରା ଚାଳଧାର ଜଳପ୍ରପାତର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ବୋଲି କହିଥିଲେ । ଝରଣାରେ ବହୁତ ପାଣି ଆସୁଥିବାରୁ ସେଠାରେ ଗାଧୋଉ ଥିବା ମା’ ଭଉଣୀ ମାନଙ୍କୁ ନିଜକୁ ସମ୍ଭାଳି କରି ଯତ୍ନର ସହ ଗାଧୋଇବା ପାଇଁ ପରାମର୍ଶ ଦେଇଥିଲେ ଏଡିଏମ୍ ଶ୍ରୀମତୀ କୁଲ ।