pakka

୯ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନ ସୁଗାର ଜବତ କଲା ଅବକାରୀ ଟିମ୍‌

ପୁରୀ, (ଦଲ୍ଲୀପ କୁମାର ଧାଉଡିଆ) : ଅବକାରୀ ବିଭାଗ ପକ୍ଷରୁ ଗୋପ ଥାନା ମଲ୍ଲିକସାହିରେ ଚଢାଉ କରି ବ୍ରାଉନ ସୁଗାର ଜବତ କରାଯାଇଛି । ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଉପନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କରାଯାଇଥିଲା । ଏହି ଟିମ୍ ଗୋପ ଥାନା ଓ ନୂଆହାଟ ଫାଣ୍ଡି ଅଧୀନ ନରସିଂହପୁର ଶାସନ ମଲ୍ଲିକସାହି ଠାରେ ଚଢ଼ାଉ କରିଥିଲା । ଅବକାରୀ ଟିମ୍ କଟକ ଜିଲ୍ଲା ଏବଂ ନିଆଳି ଥାନା ଅଧୀନ ନୂଆବେତେଣ୍ଡା ଗ୍ରାମର ତ୍ରିଲୋଚନ ସ୍ୱାଇଁଙ୍କ ଠାରୁ ୯୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ପୁଲିସ । କୋଣାର୍କ ଅବକାରୀ ଥାନାରେ କେସ ନଂ ୧୦୫/୨୨-୨୩ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପକାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୯,୫୦,୦୦୦ ଟଙ୍କାରୁ ଅଧିକ ହେବ ଏହି ଚଢ଼ାଉରେ ଅବକାରୀ ଏସ୍‌ଆଇ ନାରାୟଣ ବେହେରା, ଏସ୍‌ଆଇ ସ୍ୱୟଂପ୍ରଜ୍ଞା ସୁବଦର୍ଶିନୀ ନାୟକ, ଏସ୍‌ଆଇ ଲିକନାଥ ପାତ୍ର, ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରବୀଣ ବିରାଜ କିରୋ, ଶେଖ ୱାରିସ, ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

eighteen − three =