pakka

ଲକ୍ଷାଧିକ ଟଙ୍କା ସହିତ ୨୯୭ ଗ୍ରାମ ବ୍ରାଉନ ସୁଗର ଜବତ : ଅଭିଯୁକ୍ତ ଗିରଫ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ନିଶା କାରବାର ବଢି ଚାଲିଛି । ଚୋରାମଦ, କଫ ସିରଫ କାରବାର ସାଧାରଣରେ ପରିଣତ ହୋଇଯାଇଥିବା ବେଳେ ଜିଲ୍ଲାରେ ଏବେ ବ୍ରାଉନ ସୁଗର କାରବାର ବଢି ଚାଲିଛି । ଗତ ଦିନରେ ଅତାବିରା ପୋଲିସ ବ୍ରାଉନ ସୁଗର ବେପାରୀକୁ ଧରିଥିବା ବେଳେ ଆଜି ଜିଲ୍ଲା ଅବକାରୀ ବିଭାଗ ବରଗଡ଼ ସହରରୁ ୨୯୭ ଗ୍ରାମ ବ୍ରାଉନ ସୁଗର ଜବତ କରିଛି । ଏଥିରେ ସପୃକ୍ତ ମହାନ୍ତି ବନ୍ଧ ବସ୍ତି ପଡାର ରାଜୁ ତାଣ୍ଡିଙ୍କୁ ଗିରଫ କରାଯାଇଛି । ତାଙ୍କ ପାଖରୁ ନଗଦ ୧ଲକ୍ଷ ୨ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଅଭିଯୁକ୍ତଙ୍କୁ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି ।

Leave A Reply

Your email address will not be published.

four × two =