pakka

ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଥୁଆମୂଳ ରାମପୁରର ୬ ଅସହାୟ ଶିଶୁ

bbehera

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଡ଼ୁମେରପଦର ଗାଁରେ ରୁହନ୍ତି ପୁସ୍ତାଙ୍କ ସହ ତାଙ୍କର ୬ ଶିଶୁ ଓ ବୃଦ୍ଧ ଶାଶୁ ଶଶୁର । ପୁସ୍ତାଙ୍କ ସ୍ୱାମୀ ଗୁପ୍ତେଶ୍ୱରଙ୍କ ଦେହାନ୍ତ ପରେ ପରିବାରର ସମସ୍ତ ବୋଝ ପୁସ୍ତାଙ୍କ ଉପରେ ନିର୍ଭର । ସେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି । ଗତ ୨୦୨୦ରେ ଗୁପ୍ତେଶ୍ୱରଙ୍କ ଦେହାନ୍ତ ହୋଇଥିଲା । ଚାରି ଝିଅ ଓ ଦୁଇ ପୁଅଙ୍କ ଭବିଷ୍ୟତକୁ ନେଇ ପୁସ୍ତା ଚିନ୍ତିତ । ସ୍ୱାମୀଙ୍କ ଦେହାନ୍ତ ହୋଇ ଦୁଇବର୍ଷ ହୋଇଥିଲେ ସୁଦ୍ଧା ବିଧବା ଭତ୍ତା ମଧ୍ୟ ପୁସ୍ତାଙ୍କୁ ମିଳି ନଥିବା ଖବର କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହି ଖବରକୁ ପଢି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଟ୍ୱିଟର ଯୋଗେ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟକୁ ଏକ ଅଭିଯୋଗ କରି ସମସ୍ତ ୬ ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ପୁସ୍ତାଙ୍କୁ ବିଧବା ଭତ୍ତା ପ୍ରଦାନ କରିବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇବା ପରେ ଶିଶୁ ସୁରକ୍ଷା ୟୁନିଟର ଏକ ପ୍ରତିନିଧି ଦଳ ପହଂଚି ସମସ୍ତ ୬ ଜଣ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରିଥିଲେ । ଶିଶୁ ମଙ୍ଗଳ ସମିତିଙ୍କ ନିଷ୍ପତ୍ତି କ୍ରମେ ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଛି । ପ୍ରତେକ ଶିଶୁଙ୍କୁ ମାସିକ ପନ୍ଦର ସହ ଟଙ୍କା ମିଳିବ । ସ୍ୱେଚ୍ଛାସେବୀଙ୍କ ଏହିପରି କାର୍ଯ୍ୟ ଅଞ୍ଚଳବାସୀକୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

five − five =