pakka

କଣ୍ଟାମାଳ ବିଜେଡିର ଜୋନସ୍ତରୀୟ ସାଂଗଠନିକ ବୈଠକ ଓ ମିଶ୍ରଣପର୍ବ ଅନୁଷ୍ଠିତ

bbehera

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ନିର୍ବାଚନ ମଣ୍ତଳୀର ଆମ୍ବଗାଁ ଖେଳ ପଡିଆ ଠାରେ ବିଜେଡି ଦଳର ଘଣ୍ଟାପଡା ନଂ.୧ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ସଭାପତି ମହୀଧର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, କଣ୍ଟାମାଳ ବ୍ଲକ ବିଜେଡି ସଭାପତି ବିପିନ ଭୋଇ, ଯୁବ ବିଜେଡି ସଭାପତି ଶମ୍ଭୁପ୍ରସାଦ ସାହୁ, ରାଜ୍ୟ ମହିଳା ମୋଚ୍ଚା ବିଜେଡି ସଭାପତି ଅଳକା ପ୍ରଧାନ, ଜିଲ୍ଲା ବିଜେଡି ସଂପାଦକ ପ୍ରମରାଜ ରଣା, ବରିଷ୍ଠ ବିଜେଡି ନେତା କାର୍ତ୍ତିକେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ତୃଣମୂଳ ସ୍ତରରେ ବିଜେଡି ପହଞ୍ଚି ସାଧାରଣ ନାଗରିକଙ୍କ ସହ ସଂପର୍କ ସୃଷ୍ଟିକରି ସେମାନଙ୍କ ସମସ୍ୟା ବୁଝିବା ଏବଂ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ନିଜ ଦଳର ବଳିଷ୍ଠ ନେତୃତ୍ୱ ରଖିବା ବିଷୟରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲାପରିଷଦ ପାର୍ଥୀ ଧନବନ୍ତ ବିଭାର, ପୂର୍ବତନ କଣ୍ଟାମାଳ ବ୍ଲକ ଅଧକ୍ଷ ସାମନ୍ତ ମାଝୀ, ଖମନମୁଣ୍ତା ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ବିଜେପି ନେତା ତେଜରାଜ ସାହୁ, ଦାମ ଭୋଇ, ଭଗବାନ ଭୋଇ, ଆଇନଜୀବୀ ସୁରେଶ ରଣା, କଂଗ୍ରେସ ନେତା ହୃଦାନନ୍ଦ ରଣା, ଶେଷ ବିଭାର ଏବଂ ଅସନ୍ତୁଷ୍ଟ କର୍ମୀ ପ୍ରମୋଦ ଭୋଇ, ଉଦୟନାଥ ରଣା ଓ ରମାରଞ୍ଜନ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଲେ । ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପ୍ରଶାନ୍ତ ରଣା ମଞ୍ଚ ପରିଚାଳନା ଏବଂ ସୁରେଶ ରଣା ଧନ୍ୟବାଦ ଦେଇଥିଲେ । ଘଣ୍ଟାପଡା ସରପଞ୍ଚ ଜିତେନ୍ଦ୍ର ଦେହୁରୀ, ଉମା ସରପଞ୍ଚ ପ୍ରତୀନିଧି ରାମଦାଶ ରଣା, ବରଗାଁ ସରପଞ୍ଚ ପ୍ରତିନିଧି ମୁରଲିଧର ସେଠୀ, ଆମ୍ବଗାଁ ପୂର୍ବ ସରପଞ୍ଚ ଉପାସୀ ରଣା ଏବଂ ବହୁ ସଂଖ୍ୟାରେ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nineteen − 1 =

error: Content is protected !!