ବିଶିମୁଣ୍ଡା ସମବାୟ ସମିତିର ନିର୍ଦ୍ଦେଶକ ରଣବୀର ମହାନନ୍ଦଙ୍କ ବିୟୋଗ

csstore

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ ବିଶିମୁଣ୍ଡା ପଞ୍ଚାୟତ ସମବାୟ ସମିତିର ନିର୍ଦ୍ଦେଶକ ରଣବୀର ମହାନନ୍ଦଙ୍କ ହଠାତ୍ ବିୟୋଗ ଘଟିଛି । ସେ ବିଜେପି ଯୁବ ନେତା ତଥା ବିଜେପି ଏସସି ସେଲ୍ ଜିଲ୍ଲା ଉପସଭାପତି ଆନନ୍ଦ ମହାନନ୍ଦଙ୍କ ବାପା ଅଟନ୍ତି । ତାଙ୍କ ବିୟୋଗ ଖବର ପ୍ରକାଶ ପାଇବା ପରେ ସୋନପୁର ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଅମାୟିକ, ମିଷ୍ଟଭାଷୀ ତଥା ସମାଜସେବୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ । ସୂଚନା ଅନୁଯାୟୀ ସେ ସୋନପୁରରୁ ଫେରି ତାଙ୍କ ଚାଷ ଜମିକୁ ଯିବାବେଳେ ହଠାତ୍ ହୃଦଘାତର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ବଡ଼ପୁଅ ଆଜାଦ ମହାନନ୍ଦ ପୋଲିସ ବିଭାଗରେ ରାଉରକେଲା ଠାରେ କାର୍ଯ୍ୟରତ ଥିବା ବେଳେ ରଥାଯାତ୍ରା ପାଇଁ ପୁରୀ ଡ୍ୟୁଟିରେ ଥିଲେ । ଖବର ପାଇ ସକାଳୁ ପହଞ୍ଚିବା ପରେ ଅଲେଖ ମହିମା ଧର୍ମ ଅନୂଯାୟୀ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ରାଜନୈତିକ, ସାମାଜିକ ଓ ସମବାୟ ସଂଗଠନ ସହିତ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶେଷକୃତ୍ୟରେ ସାମିଲ ହୋଇ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.