mahavir

ବିଜେପିର ସାମ୍ୱାଦିକ ସମ୍ମିଳନୀ : କଂଗ୍ରେସ ଓ ବିରୋଧୀ ଦଳ ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି – ବିଜେପି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସଂସଦରେ ବିଧାନସଭା ଏବଂ ଲୋକସଭା ପାଇଁ ଆଗତ ମହିଳା ସଂରକ୍ଷଣ ବିଲ “ନାରୀ ଶକ୍ତି ବନ୍ଦନ ଅଧିନିୟମ”କୁ ବିରୋଧ କରି କଂଗ୍ରେସ ଓ ବିରୋଧୀ ଦଳ ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି । ବିଲକୁ ପାରିତ ନ କରିବା ଯାହାକି ବିରୋଧୀ ଦଳର ମହିଳା ବିରୋଧୀ ନୀତିକୁ ସ୍ପଷ୍ଟ କରୁଛି ବୋଲି ବିଜେପି ପକ୍ଷରୁ ସୋନପୁର ଟାଉନହଲ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବିଜେପି ଦଳ ପକ୍ଷରୁ କୁହାଯାଇଛି ଯେ, ରାଜନୀତିରେ ମହିଳାଙ୍କ ଭାଗିଦାରୀ ବଢ଼ାଇବାକୁ ମୋଦୀ ସରକାର ମହିଳା ସଂରକ୍ଷଣ ବିଲ୍ ଆଣିଥିଲେ କିନ୍ତୁ ବିରୋଧି ତାକୁ ପାସ୍ କରାଇ ନ ଦେଇ ନାରୀମାନଙ୍କୁ ଅପମାନ ତଥା ତାଙ୍କ ପଛରେ ଛୁରୀ ଭୂଷିଛନ୍ତି ବିରୋଧି । ସ୍ଵାଧୀନତା ପରଠାରୁ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପ୍ରତିନିଧୀ ଯେତିକି ହେବା କଥା ହୋଇନାହିଁ । ମହିଳାମାନଙ୍କୁ ସେମାନଙ୍କର ଅଧିକାର ଦେବାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉଭୟ ଲୋକସଭା ଏବଂ ବିଧାନସଭା ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳାଙ୍କ ଆସନ ସଂରକ୍ଷଣ ଉଦ୍ଦେଶ୍ୟରେ ଲୋକସଭାରେ ବିଲ ଆଗତ କରିଥିଲେ । ଉଭୟ ଲୋକସଭା ଏବଂ ବିଧାନସଭା ସୀମା ପୁନଃ ନିର୍ଦ୍ଧାରଣ ବିନା ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯିବା ଅସମ୍ଭବ । ଏଣୁ ବିରୋଧୀ ଦଳ ଏହାକୁ କରାଇନଦେବା ସେମାନଙ୍କର ମହିଳା ବିରୋଧୀ ନୀତିକୁ ସ୍ପଷ୍ଟ କରିଛି ବୋଲି ବିଜେପି କହିବା ସହ ଏଭଳି ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଛି । ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନଳିନୀ ପଣ୍ଡା, ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର, ପୂର୍ବ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ବରିଷ୍ଠ ବିଜେପି ନେତା ଅଶୋକ ପୁଜାହାରୀ, ଜିଲ୍ଲା କିଷାନ ମୋର୍ଚ୍ଚା ସଭାପତି ଅଶୋକ ପୃଷ୍ଟି, ବିଜୟ ମହାକୁର, ବିଶ୍ୱମ୍ବର ମିଶ୍ର, ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ରଶ୍ମିତା ଷଡ଼ଙ୍ଗୀ, ଜିଲ୍ଲା ପର୍ଯ୍ୟବେକ୍ଷକ ଭାରତୀ ମହାନନ୍ଦ, ଜିଲ୍ଲା ପ୍ରଭାରୀ ସୁରେଶ୍ୱର ଶତପଥୀ, ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା କଲତା, ଚନ୍ଦ୍ରମା ଅଗ୍ରୱାଲ, ସୁରୁଚି ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରେ ପରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ମହିଳାଙ୍କୁ ନେଇ ଜନ ଆକ୍ରୋଶ ମହିଳା ସମାବେଶ ଆୟୋଜନ ହୋଇଥିଲା ଯେଉଁଥିରେ ବିରୋଧି ଦଳ ଉପରେ ଖୁବ ବର୍ଷିଥିଲେ ପ୍ରମୁଖ ବିଜେପି ମହିଳା ନେତ୍ରୀ । କହିଥିଲେ ଯେ, ବିରୋଧି ଦଳ ଗୁଡିକ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ କିନ୍ତୁ ସେମାନେ ମିଳିମିଶି ସମଗ୍ର ମହିଳାଙ୍କ ସହ ବିଶ୍ୱାସଘାତକତା କରିବା ସହ ପଛପଟୁ ଛୁରୀ ମାରିଛନ୍ତି ସମସ୍ତ ବିରୋଧୀ ଦଳ । ଏହାର ଜବାବ ଏହି ଦେଶର ନାରୀ ଶକ୍ତି ଆଗାମୀ ୨୦୨୯ ନିର୍ବାଚନରେ ନିଶ୍ଚୟ ଦେବେ ।

Leave A Reply

Your email address will not be published.