csstore

ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ରାଉରକେଲା କମିଟି ପକ୍ଷରୁ ସ୍ଥାନୀୟ ବିଶ୍ରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ରାଉରକେଲା କମିଟି ପକ୍ଷରୁ ସ୍ଥାନୀୟ ବିଶ୍ରା ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟେଟ୍ରା ପ୍ୟାକ୍ ମଦ ସହିତ ସମସ୍ତ ପ୍ରକାର ମଦ ଓ ମାଦକ ଦ୍ରବ୍ୟକୁ ନିଷିଦ୍ଧ କରିବା, ଇଣ୍ଟରନେଟ ଓ ମୋବାଇଲରେ ଅଶ୍ଳୀଳତାର ପ୍ରଚାର ପ୍ରସାର ବନ୍ଦ କରିବା, ରନ୍ଧନ ଗ୍ୟାସର କଳାବଜାରୀ ଓ ଦରବୃଦ୍ଧି ବନ୍ଦ କରି ଅବ୍ୟବସ୍ଥା ଦୂର କରିବା, କଟକ ଏସ୍‌.ସି.ବି ମେଡ଼ିକାଲ କଲେଜରେ ଘଟିଥିବା ଅଗ୍ନିକାଣ୍ଡର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଶାସ୍ତି ଦେବା, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା, ମୃତାହତ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା, ନାରୀ ଓ ଶିଶୁ କନ୍ୟା ମାନଙ୍କୁ ନିରାପତ୍ତା ଯୋଗାଇ ଦେବା, ନାରୀ ଚାଲାଣ ଓ ଅପହରଣ ବନ୍ଦ କରିବା ଇତ୍ୟାଦି ଦାବିରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱର, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ କରାଯାଇଛି । ସଂଗଠନର ସୁନ୍ଦରଗଡ ଜିଲ୍ଲା କମିଟି ସମ୍ପାଦିକା ବିଦ୍ୟୁତ୍ ମହାନ୍ତଙ୍କ ସଭପତିତ୍ୱରେ ଏହି ବିକ୍ଷୋଭ ସମାବେଶରେ ଏଆଇଏମ୍‌ଏସ୍‌ଏସ ସର୍ବଭାରତୀୟ ସାଧାରଣ ସମ୍ପାଦିକା ଛବି ମହାନ୍ତି, ସୁନ୍ଦରଗଡ ଜିଲ୍ଲା କମିଟି ସଭାନେତ୍ରୀ ଲିଅନୀ ତିର୍କି, ଗୀତାଞ୍ଜଳି ମହାନ୍ତି, ଲିଲି ମହାନ୍ତି, କବିତା ମହାନ୍ତି ପ୍ରମୁଖ ଉଦବୋଧନ ଦେଇଥିଲେ । ପ୍ରତିଭା ଦଣ୍ଡପତ୍, ଅସୀମା ବେହେରା, ତଅପୋଇ ମଲ୍ଲିକ, ବିଷ୍ଣୁପ୍ରିୟା ବେହେରା, ନିନା ଟପୋ ରୁନୁ ଗୌଡ଼, ସରସ୍ଵତୀ ବାରିକ, ଶ୍ରଦ୍ଧାଞ୍ଜଳି ମହାନ୍ତି, କଲ୍ୟାଣୀ ବାରିକ, ସନ୍ଧ୍ୟାରାଣୀ ଗୌଡ଼ ପ୍ରମୁଖ ବହୁ ମହିଳା ଓ ନାରୀ ନେତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ସରକାର ତୁରନ୍ତ ଦାବି ଗୁଡ଼ିକ ପୂରଣ ନ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ଗଢି ତୋଳିବା ପାଇଁ ସେମାନେ ମା – ଭଉଣୀ ତଥା ରାଉରକେଲାର ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ ।

jayashree
Leave A Reply

Your email address will not be published.