om academy

ମହିଳା ସଂଗଠନ ଏଆଇଏମ୍‌ଏସ୍‌ଏସ୍ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିଲ୍ଲୀରେ ଧର୍ଷଣ ହତ୍ୟାର ଶିକାର ହୋଇଥିବା ୯ ବର୍ଷର ପିଡିତା ନାବାଳିକା ସମେତ ଦେଶ ବ୍ୟାପି ସମସ୍ତ ପିଡିତାଙ୍କୁ ନ୍ୟାୟ ପ୍ରଦାନ କରିବା, ଜଷ୍ଟିସ ବର୍ମା କମିଶନର ସୁପାରିଶକୁ ଅବିଳମ୍ବେ କାର୍ଯ୍ୟକାରୀ କରିବା ଏବଂ ଅଶ୍ଳୀଳତା, ନଗ୍ନତା, ଅଶ୍ଲୀଳ ୱେବ ସାଇଟ ଓ ମଦ ମାଦକ ଦ୍ରବ୍ୟ ସମ୍ପୁର୍ଣ୍ଣ ନିଷିଦ୍ଧ କରିବା ଦାବୀରେ ଆଜି ସାରା ଭାରତ ଶିଶୁ କନ୍ୟା ସୁରକ୍ଷା ଦାବୀ ଦିବସ ଅବସରରେ ବଲାଙ୍ଗିର ଏଆଇଏମ୍‌ଏସ୍‌ଏସ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂପ୍ରତି ଦିଲ୍ଲୀର କେଣ୍ଟ ନଙ୍ଗଲର ଶ୍ମଶାନ ପରିସର ମଧ୍ୟରେ ୯ ବର୍ଷର ନାବାଳିକାକୁ ଯେଉଁ ଭଳି ଭାବରେ ବର୍ବର ପାଶବିକା ଭାବରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି ଦେଶର ଶୁଭବୁଦ୍ଧି ସମ୍ପନ୍ନ ବ୍ୟକ୍ତିଙ୍କୁ ମର୍ମାହିତ କରିଛି । ସରକାର ବେଟି ବଚାଓ, ବେଟି ପଢାଓର ନାରା ଡିଣ୍ଡିମ ପିଟୁଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତ୍ୟେକ ଦିନ ବଢିଚାଲିଛି । ସମସ୍ତ ପ୍ରକାର ନିଶାକୁ ନିଷିଦ୍ଧ କରିବା ସହ ବର୍ମା କମିଶନର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭରେ ସୁନାରାଣୀ ପ୍ରଧାନ, ପୁଳମା ମିଶ୍ର, ତୃପ୍ତି ସେଠ, ଅନିତା ମିଶ୍ର, ଅହଲ୍ୟା ସେଠ, ସିମାରାଣୀ ମିଶ୍ର, ଅନନ୍ୟା ଦାନୀ, ଗୌରୀ ରାଉତ, ଦୃଢ ସଂଗଠକ ହୃଦାନନ୍ଦ କରୁଆ, ସୁନିଲ ଭୋଇ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

sixteen + 18 =