om academy

ଜାତୀୟ ବିଜ୍ଞାନ ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିପ୍ସହାଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚବାହାଲ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପରମାନନ୍ଦ ସାହୁ ଯୋଗଦେଇ ବୈଜ୍ଞାନିକ ସିଭି ରମଣଙ୍କ ବିଷୟରେ ତଥ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡିଶା ପ୍ରାନ୍ତ ନିରୀକ୍ଷକ ପ୍ରସନ୍ନ କୁମାର ବିଶ୍ୱାଳ ଏବଂ ବଲାଙ୍ଗିର ବିଭାଗ ନିରୀକ୍ଷକ ନରୋତ୍ତମ ମିଶ୍ର ଯୋଗଦେଇ ସିଭି ରମଣଙ୍କ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ମନୀଷା ମହାକୁର ଜାତୀୟ ବିଜ୍ଞାନ ଦିବସର ଉଦ୍ଦେଶ୍ୟ କଥନ କରିଥିଲେ । ପରିଶେଷରେ ଆଚାର୍ଯ୍ୟ ନିତ୍ୟାନନ୍ଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରକଳ୍ପ ପ୍ରଦର୍ଶନ, ଚିତ୍ରାଙ୍କନ ପ୍ରତିଯୋଗିତା, ପ୍ରଶ୍ନମଞ୍ଚ ଏବଂ ପତ୍ର ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

2 × two =