ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନିଷ୍କ୍ରମଣ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ନିଷ୍କ୍ରମଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ତହସିଲଦାର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିବା ବେଳେ ଉପସଭାପତି ଶ୍ରୀମତୀ ଗୀତା ପାଢୀ, ସଦସ୍ୟ ରାମପ୍ରସାଦ ପଟ୍ଟନାୟକ, ଏ. ରାବଣା ରାଓ, ସଦସ୍ୟା ଶ୍ରୀମତି ସୁନୀତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଜୀବନରେ ଶିକ୍ଷାର ଭୂମିକା କିପରି ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନାଚାର୍ଯ୍ୟ, ସଭାପତି, ଆଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ମଧ୍ୟ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରାଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା’ମାନେ ଶୁଭାଶୀଷ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଶିଶୁ ବାଟିକା ଶିଶୁମାନଙ୍କର ଶିଶୁ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ବାଟିକା ପ୍ରମୁଖ ଆଚାର୍ଯ୍ୟା ବି. ସୁଶୀଳା ସଂଯୋଜନା କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା’ମାନେ ସହଯୋଗ କରିଥିଲେ । ଶିଶୁମାନଙ୍କ ପରୀକ୍ଷାର ଶୁଭକାମନା ପାଇଁ ଶ୍ରୀ ଗୌରୀଶଙ୍କର ମନ୍ଦିରରେ ପୂଜା ଅଭିଷେକ କରାଯାଇଥିଲା ।

Leave A Reply

Your email address will not be published.

three × two =