pakka

ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଛାତ୍ର ମୃତ, ଛାତ୍ରୀ ଗୁରୁତର

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର- ଚନ୍ଦକା ପଥରଗାଡ଼ିଆ ରାସ୍ତାରେ ବିଦ୍ୟୁତ ଖୁଣ୍ଟରେ ବାଇକ ପିଟି ହୋଇଯିବାରୁ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ଉଭୟ ଛାତ୍ର ଛାତ୍ରୀ ଏକ ଘରୋଇ ସ୍କୁଲରେ ପାଠ ପଢୁଥିବା ଜଣାପଡିଛି । ସୂଚନା ଅନୁସାରେ ଛାତ୍ରଛାତ୍ରୀ ଦୁଇଜଣ ଆରୱାନ୍ ୫ ବାଇକରେ ଚନ୍ଦକାରୁ ପଥରଗାଡିଆ ରାସ୍ତାରେ ଦ୍ରୁତ ଗତିରେ ଯାଉଥିଲେ । ପଥରଗାଡିଆ ଶିବ ମନ୍ଦିର ନିକଟ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଇକଟି ପିଟି ହୋଇଯାଇଥିଲା ଫଳରେ ଘଟଣା ସ୍ଥଳରେ ଛାତ୍ରର ମୃତ୍ୟୁ ଘଟିଥିବା ବେଳେ ଛାତ୍ରୀ ଜଣକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

jay balangir
Leave A Reply

Your email address will not be published.

nine + twelve =

error: Content is protected !!