ବିଧାନସଭାରେ ଗର୍ଜିଲେ କଂଗ୍ରେସ ସଦସ୍ୟ : ହାଥ୍ରସ ଯିବାବେଳେ ରାହୁଲ ଗାନ୍ଧୀଙ୍କୁ ପୋଲିସ ଦୁର୍ବ୍ୟବହାରର ପ୍ରତିବାଦ ଜଣାଇଲେ
ଭୁବନେଶ୍ୱର, (କେପିଏନ୍ଏସ୍) : ବିଧାନସଭାରେ କଂଗ୍ରେସ ସଦସ୍ୟ ଗର୍ଜିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଜବର୍ଦସ୍ତ ନାରାବାଜି କରିଛନ୍ତି । ହାଥରସ ଯିବାବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୋଲିସର ଦୁର୍ବ୍ୟବହାର ପ୍ରଦର୍ଶନ ବିରୋଧରେ ନାରାବାଜି ହୋଇଛି । ଗୃହ ମଧ୍ୟଭାଗକୁ ଆସି ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବୋବାଲ୍ କରିଛନ୍ତି ।