jayashree

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ବିଦାୟ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କାବେରୀ ଭଂଜ ଅଧ୍ୟକ୍ଷତାରେ ଅବସର ଗ୍ରହଣ କରିଥିବା ବରିଷ୍ଠ ଶିକ୍ଷୟିତ୍ରୀ ପ୍ରମିଳା ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆର୍‌ପିଏଲ୍‌ କ୍ଲଷ୍ଟର ସିଆର୍‌ସିସି ଦୀପକ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଲେ ଶ୍ରୀମତୀ ପ୍ରଧାନ ଜଣେ ଛାତ୍ର ବତ୍ସଳ, ସମୟାନୁବର୍ତ୍ତିତା, କାର୍ଯ୍ୟଦକ୍ଷତା ସହ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ରାଉରକେଲା ଶିକ୍ଷା ଜିଲ୍ଲାରେ ବେଶ ପରିଚିତ । ତାଙ୍କ ପ୍ରଶିକ୍ଷଣରେ ବହୁ ଛାତ୍ରଛାତ୍ରୀ ଅନେକ ପୁରସ୍କାର ପାଇଛନ୍ତି । ଏହି ଅବସରରେ ସମସ୍ତ ଶିକ୍ଷୟିତ୍ରୀ ତରଫରୁ ମୁଖ୍ୟଅତିଥି ଦ୍ୱାରା ଶ୍ରୀମତୀ ପ୍ରଧାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରେଣୁବାଳା ରାଉତ, ନିବେଦିତା ମହାପାତ୍ର, ଅମିତା କୁମାରୀ ସାହୁ, କଳାବତୀ ବାଇକ ସମେତ ସମସ୍ତ ପାଚିକା ଗଣ ଉପସ୍ଥିତ ଥିଲେ । ତତ୍ ସଂଗେସଂଗେ ସଂଧ୍ୟା ସମୟରେ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ନନ୍ଦ, କବିତା ପତି ଓ ଲୀଳାବତୀ ଚୌଧୁରୀ ତାଙ୍କ ବାସ ଭବନକୁ ଯାଇ ଶ୍ରୀମତୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରି ତାଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ ।

Leave A Reply

Your email address will not be published.