csstore

ଶାନ୍ତି ତପୋବନ ଆଶ୍ରମର ଭୂମି ପୂଜନ ଉତ୍ସବ

ସୋହେଲା, (ସତ୍ୟ ନାରାୟଣ ପ୍ରଧାନ) : ପବିତ୍ର ବିଜୟାଦଶମୀର ଶୁଭ ମୁହୂର୍ତ୍ତରେ ବିସିପାଲି ଗ୍ରାମରେ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା ଓ ବାନପ୍ରସ୍ଥର ନୂତନ ଗୃହ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ତେଯୋମୟାନନ୍ଦ ସରସ୍ୱତୀଙ୍କ ପୌରାହିତ୍ୟରେ ଓ ଅଶୋକ ମହାରାଜଙ୍କ ସହଯୋଗରେ ଭୂମି ପୂଜନ ତଥା ଶିଳାନ୍ୟାସ ହୋଇ ସେଠାରେ ବର, ପିପଲ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ସ୍ୱାଗତ ସଭାରେ ସ୍ୱାମୀଜୀଙ୍କୁ ଦେବଦତ୍ତ ତ୍ରିପାଠୀ ସ୍ୱାଗତ କରିଥିଲେ ଓ ସ୍ୱାମୀଜୀ ଆଶୀର୍ବାଚନ ପ୍ରଦାନ କରିଥିଲେ । ଆଶ୍ରମର ମୁଖ୍ୟ ଦେବଦତ୍ତ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗିରିଜା ଶଙ୍କର ଆଚାର୍ଯ୍ୟ, ପ୍ରକୃତିବନ୍ଧୁ ରାମଚନ୍ଦ୍ର ସାହୁ, ପୂର୍ଣ୍ଣ ଆଚାର୍ଯ୍ୟ, ଗୌର ଚନ୍ଦ୍ର ଖମାରି, ଭକ୍ତ ଚରଣ ପଧାନ, ପ୍ରମୋଦ ହୋତା, କୈଳାଶ ବିଶ୍ୱାଳ, ପ୍ରଦେଶୀ ବାରିକ, ସୁରେନ୍ଦ୍ର ମେହେର, ଗୌର ସା, ଗଜପତି ସାହୁ, ଶ୍ରୀମତୀ ନୁରା ବତୀ ସାହୁ, ମଞ୍ଜୁଲତା ଶତପଥୀ, ଦେବକୀ ପଧାନ, ଲବଙ୍ଗ ସାହୁ, ରାସେଶ୍ୱରୀ ସାହୁ ଓ ମାତୃଛାୟା, ବାନପ୍ରସ୍ଥ ଅନ୍ତେବାସିନୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.